Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ହାଇସ୍କୁଲ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ କେନଝିରିଆପାଲି ଠାରେ ୨୦୨୧ ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ କାର୍ଯ୍ୟ କୁ ପ୍ରଶଂଶା କରିବା ସହ ପଞ୍ଚ ସଖା ଶିକ୍ଷା ସେତୁ କାର୍ଯ୍ୟକ୍ରମ ରେ ଯୋଡି ହେବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର , ଜୀବର୍ଦ୍ଧନ ରଣା , ଜଗଦିଶ ପଧାନ , ମୀନକେତନ ରଣା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ । ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଗୌରୀ ଶଙ୍କର ପୁଜାହାରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ରୀ କରିସ୍ମା ପଧାନ ପରିଚାଳନା କରିଥିଲେ ଓ ପୁରାତନ ଛାତ୍ର ପୃଥିରାଜ ବିଶ୍ୱାଳ (ବବୁଲୁ) ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର. ଜିତେନ୍ଦ୍ରିୟ ପଧାନ , ରାମ ମୋହନ ଖେତୀ , ଚିକୁ ମାଝୀ , ସୁମନ ଖୁଣ୍ଟିଆ , ଦେବାନନ୍ଦ ସାହୁ , ବଳିଆ ଷlଣ୍ଢ , ବେଲାରସନ ପାତ୍ର , ରାଖୀ ପଧାନ , ନିକିତା ରାନୀ ବାରିକ , ଝୁନୁ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ