ଗଣ୍ଡା ବାହାଲ ଗ୍ରାମ ଏସ୍ ଏଚ୍ ଜି ଗ୍ରୁପ ର ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାବାହାଲ ଗ୍ରାମର ମାଁ ମହାଲକ୍ଷ୍ମୀ ଏସଏଚଜି ଗ୍ରୁପର ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ମାଁ ମହାଲକ୍ଷ୍ମୀ ଏସଏଚଜି ଗ୍ରୁପର ସଭାନେତ୍ରୀଙ୍କୁ ମହିଳା ମାନେ ପ୍ରତ୍ୟେକ ମାସରେ ଟଙ୍କା ଜମା କରିବା ପାଇଁ ଦେଉଥିଲେ l ହେଲେ ସଭାନେତ୍ରୀ ବ୍ୟାଙ୍କରେ ଟଙ୍କା ଜମା କରିନଥିଲେ l ଏପରିକି 1ଲକ୍ଷ 55ହଜାର ଟଙ୍କା ହଡପ କରିଥିବା ଜଣାପଡିଥିଲା l ଏହି ବିଷୟରେ ମହିଳା ମାନେ ସଭାନେତ୍ରୀ ଙ୍କୁ କହିବାରୁ ସେ ଏକ ଲିଖିତ ଚୁକ୍ତି ପତ୍ର ସ୍ଵାକ୍ଷର କରି ମାସିକ କିସ୍ତି ଏକ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ l ହେଲେ ସେ ଆଉ ଟଙ୍କା ଫେରାଇନଥିଲେ l ପୂର୍ବରୁ ମଧ୍ୟ ସେ 2ଲକ୍ଷ 10ହଜାର ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି l ସଭାନେତ୍ରୀ ଜଣକ ଟଙ୍କା ଫେରସ୍ତ ନକରି ଫେରାର ମାରିଥିବା ଏସଏଚଜି ଗ୍ରୁପର ମହିଳା ମାନେ ପ୍ରକାଶ କରିଛନ୍ତି l ଏନେଇ ମଙ୍ଗଳବାର ସଂନ୍ଧ୍ୟା ସମୟରେ ଏସଏଚଜି ଗ୍ରୁପର ମହିଳା ମାନେ ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି l