ରାଣୀପୁର ଶ୍ରୀ ଅରବିନ୍ଦ ଆଶ୍ରମ ପରିସରରେ ରାମାୟଣ ନବାନ୍ନ ପରାୟଣ କାର୍ଯ୍ୟକ୍ରମ


​ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ଗ୍ରା.ପ.ର ରାଣୀପୁର ଶ୍ରୀଅରବିନ୍ଦ ଆଶ୍ରମ ପରିସରରେ ଚାଲୁ ଥିବା ରାମାୟଣ ନବାହ୍ନ ପାରାୟଣ କାର୍ଯ୍ୟକ୍ରମର ବୁଧବାର ଥିଲା ସପ୍ତମ ଦିବସ । ଗୋବର୍ଦ୍ଧନ ମିଶ୍ର ବ୍ୟାସ ଗାୟକ ରହିଥିବାବେଳେ ବାଦ୍ୟଯନ୍ତ୍ରର ଅର୍ଗାନ୍‌ରେ ସତ୍ୟବାନ ବାଘ , ତବ୍‌ଲାରେ ତେଜ୍‌ରାଜ ଭୋଇ , ପେଡ୍‌ରେ ଗୋବିନ୍ଦ ଗଡତ୍ୟା , ପାଳିଆରେ ରଘୁନାଥ ପଣ୍ଡା ସହଯୋଗ କରିଥିଲେ । ହନୁମାନ ଙ୍କ ଦ୍ଵାରା ସୀତାଠାବ , ଲଙ୍କାପୋଡି , ବିଭିଷଣ ଶରଣ ସହିତ ସୁନ୍ଦରକାଣ୍ଡ ଓ ଲଙ୍କାକାଣ୍ଡ ରୁ ପ୍ରସଙ୍ଗ ଗୀତ ତଥା ଅଭିନୟରେ ପରିବେଷିତ ହୋଇଥିଲା । ମନୋରଞ୍ଜନ ଦାସ ଓ ସନ୍ଧ୍ୟାରାଣୀ ଦାଶ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ । ପୂଜକ ଭାବରେ ସୀତାରାମ ପାଢ଼ୀ ରହିଥବା ବେଳେ ପୂଜା କମିଟିରେ କାର୍ତ୍ତିକେଶ୍ବର ଦାଶ , ନବୀନ , ନିରଞ୍ଜନ , ଚିତ୍ତରଞ୍ଜନ ଓ ଦେବ ପ୍ରମୁଖ ରହିଛନ୍ତି। ଅଭ୍ୟର୍ଥନା କମିଟିରେ ରୁଦ୍ର , ଆନନ୍ଦ, ଚିନ୍ମୟ , ତନ୍ମୟ ପ୍ରମୁଖ ରହିଛନ୍ତି । ସମସ୍ତ କାର୍ଯ୍ୟକ୍ରମ ରେ ଦାମୋଦର ମିଶ୍ର , ଚମ୍ପେଶ୍ବର ଦାଶ , ସୂର୍ଯ୍ୟ ପଣ୍ଡା , ଗୋପିନାଥ ଚାନ୍ଦ , ବିପିନ୍ ନନ୍ଦ, ନିତ୍ୟାନନ୍ଦ ତ୍ରିପାଠୀ ସହଯୋଗ କରୁଛନ୍ତି। ଶ୍ରୀରାମ କଥା ଶ୍ରବଣ କରିବା ପାଇଁ ଆଶ୍ରମ ପରିସରରେ ବହୁ ଭକ୍ତଙ୍କ ସମାଗମ ହେଉଛି । ନିକଟସ୍ଥ ରାଣୀପୁର , ମେଣ୍ଡାମାଳ ଓ କର୍ଣ୍ଣପାଲି ଗ୍ରାମବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି। ଏହି ରାମାୟଣ କାର୍ଯ୍ୟକ୍ରମ ଆସନ୍ତା ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବୋଲି ପାରାୟଣ କମିଟି ସୂତ୍ରରୁ ପ୍ରକାଶ ।