Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

ଖଡ଼ିଆଳ : ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଜଣେ ଭଦ୍ର, ମେଳାପୀ ଏବଂ ଅତି ମିଷ୍ଟଭାଷୀ ବ୍ୟକ୍ତିତ୍ବ ଅଟନ୍ତି। ତାଙ୍କ ସହ ଅନେକ ଥର ଖଡ଼ିଆଳ ଠାରେ ଜିଲା ପ୍ରେସ କ୍ଲବର ବିଭିନ୍ନ କାର୍ଯ୍ୟକର୍ମରେ ଯୋଗଦାନ କରି ସମସ୍ୟାକୁ ରାଜ୍ୟ ରାଜଧାନୀ ଉପସ୍ଥାପନ କରିଛନ୍ତି। ବାସୁଦେବ ମହାପାତ୍ର ୬୨ ବର୍ଷରେ କେପିଟାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟ ହୋଇଅଛି। ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ମୃତ୍ୟୁରେ ଅପୁରଣୀୟ କ୍ଷତି ବୋଲି ଅନେକ ସାମ୍ବାଦିକ ମତ ଦେଇଛନ୍ତି। ଆଜି ଜିଲା ପ୍ରେସ କ୍ଲବ ସଭାପତି ପରମେଶ୍ବର ବାରିକ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ତପନ ଦାଶ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା ବାସୁଦେବ ମହାପତ୍ରଙ୍କ ଜୀଵନୀ ଉପରେ ଆଲୋକପାତ କରିଥିଲେ। ସଭାରେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଯୋଗ ଦେଇଥିଲେ। ସଂଯୋଜକ କୁନାଲ ଚରଣ ବେହେରା, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଅନ୍ୟ ସଙ୍ଘର ସମ୍ବାଦିକ ଶାମ୍ବ ସରଫ, ବାପିନା ସାହୁ ପ୍ରମୁଖ ଯୋଗଦେଇ ତାଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରି ଆମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ