ରାୟଗଡ଼ା: ରାୟଗଡ଼ା ରେଳ ମଣ୍ଡଳ ଭବନର ଆଜି ଶୁଭ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଦେବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଜମ୍ମୁରେ ପ୍ରଧାନମନ୍ତ୍ରୀଙ୍କ ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିବେ । ଏହି ଅବସରରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀ ମାଟିରେ ରାଜ୍ୟପାଳ ଡକ୍ଟର କେ. ହରିବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ।
ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏଭଳି ଏକ ପଦକ୍ଷେପ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏକ ଡିଭିଜିନାଲ୍ କଣ୍ଟ୍ରୋଲ୍ ଅଫିସ, ପରିବେଶ ଉପଯୋଗୀ କର୍ମଚାରୀ ଆବାସ ଓ ଆଧୁନିକ ସୁବିଧା ଦ୍ୱାରା କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ରେଳ ପରିଚାଳନାରେ ଉନ୍ନତି ଆସିବ । ରାୟଗଡ଼ା ମଣ୍ଡଳ ରାଜ୍ୟରେ ରେଳ ପରିଚାଳନାକୁ ସୁଗମ କରିବା ସହ ଦକ୍ଷତା ବୃଦ୍ଧି କରିବ । ବିକଶିତ ଭାରତ ପାଇଁ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ସହ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।