Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନଶନରେ ବସିଥିବା ପ୍ରକାଶ କିଶୋରଙ୍କୁ ଉଠାଇ ନେଲା ପୋଲିସ

ପାଟନା: ଗାନ୍ଧୀ ମୈଦାନରେ ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଉଠାଇ ନେଲା ପୋଲିସ। ବିହାର ଜନସେବା ଆୟୋଗ (ବିପିଏସସି)ର ୭୦ତମ ପ୍ରାଥମିକ ବା ପ୍ରିଲିମ ପରୀକ୍ଷାକୁ ବାତିଲ କରିବା ଦାବିରେ ଜନ ସୁରଜ ପାର୍ଟି ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନଶନରେ ବସିଥିଲେ । ତେବେ ବିଳମ୍ବିତ ରାତିରେ ଧାରଣା ସ୍ଥାଳରୁ ପାଟନା ପୋଲିସ ତାଙ୍କୁ ଉଠାଇ ନେଇ ଗିରଫ କରିଛ ।

ଜନ ସୁରଜ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି,  ପ୍ରଶାନ୍ତ କିଶୋରଙ୍କୁ ପୋଲିସ ନିର୍ଯାତନା ଦେଇଛି । ପୋଲିସ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଛି । ତାଙ୍କୁ ଅନଶନ ସ୍ଥଳରୁ ସିଧା ଉଠାଇ ପାଟନା ଏଆଇଏମଏସକୁ ନିଆଯାଇଛି । ଏହି ସମୟରେ ପାଟନା ପୋଲିସ ଏବଂ ଜନ ସୁରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ସମର୍ଥକ ମହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପୋଲିସ ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେବାକୁ ଚେଷ୍ଟା କରିବା ବେଳେ ତାଙ୍କ ସମର୍ଥକ ଛାତ୍ରମାନେ ତାଙ୍କୁ ଘେରି ଯାଇଥିଲେ । ଫଳରେ ପୋଲିସ ଓ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଶେଷରେ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଉଠାଇ ନେବାକୁ ସମର୍ଥ ହୋଇଥିଲା ।

ସୂଚନାଯୋଗ୍ୟ, ଅଧିକାରୀମାନେ କହିଛନ୍ତି ପ୍ରଶାନ୍ତ କିଶୋର ଚିକିତ୍ସାକୁ ମନା କରିଦେଇଛନ୍ତି ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି କହିଛନ୍ତି । ଏମ୍ସ ବାହାରେ ଜନ ସୁରଜ ଦଳର କାର୍ଯ୍ୟକର୍ତ୍ତା ଓ ପୋଲିସ ଭିତରେ ଠେଲାପେଲା ହେବାରୁ ଲାଠିଚାର୍ଜ କରିଥିଲା । ଏହାପରେ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories