20 ତମ ପାତାଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର)  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ୨୦ତମ ପାତାଳୀ ମହୋତ୍ସବ ପାଇଁ ରବିବାର ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଜାନୁଆରୀ ୩୦ ରେ ଆରମ୍ଭ ହୋଇ ୮ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବା ବେଳେ ଫେବୃଆରୀ ୬ ତାରିଖରେ ଉଦଯାପିତ ହେବ । ଜାନୁୟାରୀ ୨୯ ତାରିଖ ରେ କଳଶ ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ବୈଠକରେ ବିଶେଷକରି କଳସ  ଓ ସାଂସ୍କୃତିକ ଶୋଭାଯାତ୍ରା , ୫୬ ପ୍ରହର ନାମଯଜ୍ଞ , ଘୃତ ଯଜ୍ଞ , ସପ୍ତାହ ପାରାୟଣ ଉପରେ ଆଲୋଚନା କରାଯାଇଥିଲା । ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ଟ୍ରଷ୍ଟ ସଦସ୍ୟ ମହାଦେବ ସାହୁ , ଜାନକୀରାମ ଦେହେରୀ , ପୂର୍ଣ୍ଣଚନ୍ଦ୍ର ପାଢୀ , ଜଗଦୀଶ କର୍ଣ୍ଣ ଓ ସେବାୟତ କମିଟିର ଚିତ୍ତରଞ୍ଜନ ପାଢୀ , ମନୋରଞ୍ଜନ ପାଢୀ , ଶରଦ ଚାନ୍ଦ , ଗୋପାଳ ପଣ୍ଡା , ବିଜୟ ହୋତା , ଗାଁ ଗୈନ୍ତିଆ ଚମରା ଅମାତ୍ ଉପସ୍ଥିତ ଥିଲେ।କଳଶ ଶୋଭାଯାତ୍ରା କମିଟି ଗଠନ ହୋଇଥିଲା l ଏଥିରେ କଳଶ ପ୍ରମୁଖ ଦାୟିତ୍ଵ ନରସିଂହ ପଧାନ ଓ ସତ୍ୟଜିତ ଗଡୁଆ , ବସୁଦେବ ପର୍ଡିଆ , ସତ୍ୟବ୍ରତ କର୍ଣ୍ଣ , ମଧୁସୂଦନ ମହାକୁର , ବୀରେନ୍ଦ୍ର ଭୋଇ , ବୀରମିତ୍ର ପଧାନ, ପବିତ୍ର ବାରିକ , ଅଭିଷେକ ଦେହେରୀ , ଜେହେରୁ ପଧାନ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିରେ ସେବାୟତ ସଂଘର ସଂପୃକ୍ତି, ହବିଶିଆଳି ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା , ଆସନ୍ତା ୯ ତାରିଖରେ ସଂକୀର୍ତ୍ତନ ବୈଠକ ହେବା ନେଇ ସର୍ବସମ୍ମତି କ୍ରମେ ସ୍ଥିରିକୃତ ହୋଇଥିଲା ।