ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ୍ ରେ କୋସଲି ଲକ୍ଷ୍ମୀ ପୁରାଣ ଉନ୍ମୋଚିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଧନୁଯାତ୍ରା ମହୋତ୍ସବ ଅବସରରେ ସପ୍ତଦୀପା ସାହିତ୍ୟ ସଂସଦ ତରଫରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା । କିଶୋର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସ୍କୁଲ ନୀରିକ୍ଷକ କୃଷ୍ଣଚନ୍ଦ୍ର ପାଢୀ , ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର , ମୁଖ୍ୟବକ୍ତା ଭାବରେ ଡକ୍ଟର ଅନିରୁଦ୍ଧ କୁରୁକୁରିଆ ଏବଂ ଧନୁଯାତ୍ରା କମିଟିର ସଂପାଦକ ଅକ୍ଷୟ ସରାଫ ଓ ସପ୍ତଦ୍ୱୀପ ଅନୁଷ୍ଠାନ ସଭାପତି ଦିତିକୃଷ୍ଣ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସମାଜ ପ୍ରତି ସାହିତ୍ୟର ଅବଦାନ ବିଷୟରେ ଆଲୋଚନା ହୋଇଥିଲା । କବି ଅକ୍ଷୟ ସରାଫଙ୍କର ଲିଖିତ କୋଶଳୀ ଲକ୍ଷ୍ମୀ ପୁରାଣର ତୃତୀୟ ସଂସ୍କରଣ ଉନ୍ମୋଚନ ହୋଇଥିଲା । ଉକ୍ତ ଲକ୍ଷ୍ମୀ ପୁରାଣକୁ ପ୍ରକାଶିକା ହେମଲତା ନିଆଲ ପ୍ରକାଶିତ କରିଥିବା ବେଳେ ଅନୁ ସାହୁ ସହ ପ୍ରକାଶିକା ଏବଂ ସୃତିସୁଧା ପଣ୍ଡା ସହଯୋଗି ରହିଛନ୍ତି।ଦ୍ବିତୀୟ ଅଧିବେସନରେ ଭିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ କବି ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ କବି ଅଧ୍ୟାପିକା ସନ୍ତାଷିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l