ଦେଶରେ ଆଉ ଦୁଇ HMPV ସଂକ୍ରମିତ ଚିହ୍ନଟ


ନୂଆଦିଲ୍ଲୀ: ଦେଶରେ ଗୋଟିଏ ପରେ ଗୋଟିଏ HMPV ସଂକ୍ରମଣ ମାମଲା ଆସିବାରେ ଲାଗିଛି । ଗତକାଲି ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇଜଣ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ନାଗପୁରୁର ଦୁଇଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଜଣେ ୭ ବର୍ଷ ଓ ଜଣେ ୧୪ ବର୍ଷର ପିଲା HMPVରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ପ୍ରଥମେ ଏହି ଦୁଇ ଜଣଙ୍କୁ ଥଣ୍ଡା, କାଶ ଓ ପରେ ଜ୍ୱର ହୋଇଥିଲା । ଏହାପରେ ଏମାନଙ୍କୁ ଚିକିତ୍ସା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନମୂନା ପରୀକ୍ଷା ପରେ ଉଭୟ ଏଚ୍‌ଏମ୍‌ପିଭି ପଜିଟିଭ ଚିହ୍ନଟ ଥିବା ଜଣାପଡିଛି । ଉଭୟଙ୍କ ଚିକିତ୍ସା ଚାଲିଛି ।

ଗତକାଲି ଗୋଟିଏ ଦିନରେ ଦେଶରେ ୬ ଶିଶୁ ପଜିଟିଭି ଚିହ୍ନଟ ହୋଇଥିଲେ । ଏବେ ଏହି ସଂଖ୍ୟା ୮ରେ ପହଞ୍ଚିଛି । ସୋମବାର ବେଙ୍ଗାଳୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଓ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPVରେ ଆକ୍ରାନ୍ତ ହୋଇଛଥିବା ଖବର ସାମ୍ନାକୁ ଆସିଥିଲା । କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଥିଲା ।