Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତ୍ରି ଜଗୁଆଳି ଭରସା ରେ ବୀରମହାରାଜପୁର କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଙ୍କ କାର୍ଯ୍ୟାଳୟ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଥିବା କ୍ଷୁଦ୍ର ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବହୁ ଦିନ ହେଲା ଖୋଲା ଯାଉ ନଥିବା ଦେଖା ଦେଇଛି । ପୁରୁଣା କୋଠାକୁ ଲାଗି ଗତ କିଛି ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମିତ ହୋଇଛି। କିଛି ଦିନ ଲୋକ ଦେଖାଣିଆ ଭାବେ ଉକ୍ତ କାର୍ଯ୍ୟାଳୟ ଖୋଲାଯାଇ ଥିଲା । ହେଲେ କେଉଁ କାରଣରୁ ପରବର୍ତ୍ତୀ ମୁହୂର୍ତ୍ତରେ ବନ୍ଦ କରି ଦିଆଯାଇଛି, ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରତିବର୍ଷ କାର୍ଯ୍ୟାଳୟ ମରାମତି ଓ ବିଦ୍ୟୁତ ବିଲ ବାବଦରେ ବହୁ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ଏଠାରେ କାର୍ଯ୍ୟରତ ଯନ୍ତ୍ରୀ ଏଠାରେ ନହରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ସର୍ବାଧିକ ସମୟ ରହୁଛନ୍ତି। ତାଙ୍କୁ ଯୋଗାଯୋଗ କଲେ ମୁଁ ସାଇଟ୍ ଅଛି ବୋଲି କହୁଛନ୍ତି। ଯନ୍ତ୍ରୀ ଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚେକଡେମ୍ ମାନଙ୍କର ରକ୍ଷଣାବେକ୍ଷଣ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । କିଛି ଚେକଡେମ ବିନା ସୂଚନା ଫଲକରେ ମରାମତି ନାଁ ରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଜଣାଯାଇଛି । ଏଠାରେ ଜଣେ ରାତ୍ରୀ ଯୋଗୁଆଲି ଙ୍କ ଭରଷାରେ ଏହି କାର୍ଯ୍ୟାଳୟ ଚାଲିଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ