Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାପଥର କଲେଜ ପରିସରରେ ସମାଜସେବୀ ଗିରିଧାରୀ ମହାକୁର ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶିଷ୍ଟ ସମାଜସେବି ତଥା ଏହି ଅନୁଷ୍ଠାନର ପୁର୍ବତନ ସମ୍ପାଦକ ସ୍ୱର୍ଗତ ଗିରିଧାରୀ ମହାକୁର ଙ୍କ ଆକଷ୍ମିକ ବିୟୋଗରେ ବୁଧବାର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ଦିବଂଗତ ଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ । ସ୍ୱର୍ଗତ ମହାକୁରଙ୍କ ସ୍ମୃତିଚାରଣ କରି ତାଙ୍କ ନିଃସ୍ୱାର୍ଥପର ସମାଜସେବା , କର୍ମତତ୍ପରତା , ଚଳଚଞ୍ଚଳ ମଧୁର ସ୍ୱଭାବ ଏବଂ ଅନୁଷ୍ଠାନ ପ୍ରତି ଶ୍ରଦ୍ଧା , ସମର୍ପଣ ଓ ସହଯୋଗ ଭାବକୁ ବର୍ଣ୍ଣନା କରିଥିଲେ । ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଶୃପୁର୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜଣେ ଅମାୟିକ , ମିଷ୍ଟଭାଷି , ପରୋପକାରୀ , ନିଃସ୍ୱାର୍ଥପର ବ୍ୟକ୍ତିତ୍ୱଙ୍କ ନିଧନ କଲେଜ ତଥା ଅଞ୍ଚଳବାସିଙ୍କ ପାଇଁ ଏକ ଅପୁରଣିୟ କ୍ଷତି ବୋଲି ଆଲୋଚନା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ