ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଞ୍ଚଳିକ ଧନୁଯାତ୍ରାର ବୁଧବାର ଥିଲା ସପ୍ତମ ତଥା ଶେଷ ରଜନୀ । କଂସ ବଧ ସହିତ ଧନୁଯାତ୍ରା ଉଦ୍ଯାପିତ ହୋଇ ଯାଇଛି ।ଉଦ୍ଯାପନୀ କାର୍ଯ୍ୟକ୍ରମରେ କିଶୋର ହୋତା ଙ୍କ ସଭାପତିତ୍ବରେ ଦରବାରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବୀରମହାରାଜପୁର ର ପୂର୍ବତନ ବିଧାୟକ ପଦ୍ମନାଭ ବେହେରା , ସ୍ବତନ୍ତ୍ର ଅତିଥି ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା , ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ରଞ୍ଜିତ ରଥ , ବଲାଙ୍ଗୀର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ଶ୍ରମିକ ନେତା ରଘୁବୀର ପାଣିଗ୍ରାହୀ ପ୍ରମୁଖ ।ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ସଭା ସଂଯୋଜନା କରିଥିବା ବେଳେ କମିଟିର ସଂପାଦକ ଅକ୍ଷୟ ସରାଫ୍ ଧନ୍ୟବାଦ ଅର୍ପଣ କରିଥିଲେ । ବୁଧବାର ପୌରଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ କଂସ ଧନୁଯାତ୍ରା ଯାତ୍ରାର ବିଷୟବସ୍ତୁ ଥିଲା ଗୋପାଙ୍ଗନା ମାନଙ୍କ ଦହି ବିକିବା ପାଇଁ ମଥୁରା ଆଗମନ , କୃଷ୍ଣ ବଳରାମ ଙ୍କୁ ନେଇ ଅକ୍ରୂରଙ୍କ ମଥୁରା ପ୍ରବେଶ , କୁବୁଜା ଉଦ୍ଧାର , ରଜକ ତାରଣ , କୁବଳୟା ହସ୍ତୀ ନିଧନ , କୃଷ୍ଣଙ୍କ ଧନୁଭଙ୍ଗ, ଚାଣୁର ମୁଷ୍ଟିକ ନୀହତ , ମନ୍ତ୍ରୀ ଶକ୍ରାଜିତଙ୍କ କୃଷ୍ଣଙ୍କ ପାଦତଳେ ଶରଣ ଏବଂ କଂସବଧ ପ୍ରସଙ୍ଗ । ଶେଷ ଦିବସରେ ଯାତ୍ରା ଦଳର ସମସ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ଏବଂ ଉଦ୍ଘୋଷକ ଭାବେ କାର୍ଯ୍ୟ ନିର୍ବାହ କରିଥିବା ଡ.ଦ୍ବିତୀକୃଷ୍ଣ ପଣ୍ଡା , ଯୁଗଳ କିଶୋର ମିଶ୍ର , ହୃଷିକେଶ ଚାନ୍ଦ ପ୍ରମୁଖ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।