Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ବାଧାପ୍ରାପ୍ତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଠାରୁ ଜ୍ରାକି ରାହାକୁ ସଂଯୋଗ କରୁଥିବା ରାସ୍ତା ବର୍ଷାରେ ଭାଙ୍ଗି ପଡିଛି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଜ୍ରାକି ରାହା, ଡହିଙ୍ଗିଆ, ଡାଡିଲାଇ, କରୁକଜା, ମହଲ୍ଲିଙ୍ଗିଆ ଭଳି ଅନେକ ଛୋଟ ବଡ଼ ଗାଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ବର୍ତମାନ ଯାତାୟତ ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଛି।ଯାହା ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୫ଟି ଗାଁର ଜନସାଧାରଣଙ୍କ ଗମନାଗମନ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ସ୍ଥାୟୀ ପକ୍କା ପୋଲ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ