Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଘାଟ ଖେଳ ପଡିଆରେ ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଚୌକା କୁ ହରାଇ ଉଲୁଣ୍ଡା ଚାମ୍ପିଆନ୍ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ବରଘାଟ ରେ ହେଉଥିବା ୪ର୍ଥ ମା’ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ଚୌକା କୁ ହରାଇ ଉଲୁଣ୍ଡା ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର ରେ ୬ ଉଇକେଟ ହରାଇ ୭୫ ରନ କରିଥିଲା । ଜବାବରେ ଚୌକା ଦଳ ନିର୍ଦ୍ଧାରିତ ୭ ଓଭର ରେ ୬ ଉଇକେଟ ହରାଇ ୬୦ ରନ କରି ପରାସ୍ତ ହୋଇଥିଲା । ଫଳରେ ଉଲୁଣ୍ଡା ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଖୋଜ ପ୍ରଧାନ, କ୍ରୀଡାବିତ ଆନନ୍ଦ ବିଶ୍ଵାଳ , କମିରା ସରପଞ୍ଚ ପ୍ରତିନିଧି ସପନ ପ୍ରଧାନ , ରାମ ପ୍ରସାଦ କର୍ଣ୍ଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଲୁଣ୍ଡା ର ଅଭିଳାଷ ନାୟକ ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ଚୌକା ଦଳର ସୁମିତ ସାହୁ ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ଉଲୁଣ୍ଡା ଦଳ କୁ ନଗଦ ୨୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଚୌକା ଦଳକୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ କୁ ପ୍ରମୋଦ ସିଂ ଓ ଲିଙ୍ଗରାଜ ବିଶ୍ଵାଳ ପରିଚାଳନା କରିଥିବା ବେଳେ ଶ୍ରୀତମ ପ୍ରଧାନ ସ୍କୋରିଙ୍ଗ ଏବଂ ରାଜେଶ କର ଧାରାବିବରଣୀ ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ