ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପାନ୍ତ ଅଞ୍ଚଳରେ ବ୍ୟାପକ ଖଣି ଲୁଟ ଚାଲିଥିବାବେଳେ ଖଣି ଅଧିକାରୀଙ୍କ ଭୂମିକା ସନ୍ଦେହରେ ଥିବା କହିଛନ୍ତି ବିଜେଡି ନେତା । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ସରକାର ବିରୋଧରେ ବର୍ଷିଛନ୍ତି ବିଜେଡି ଜିଲ୍ଲା ଉପ ସଭାପତି କିଶୋର ହୋତା । ବୀରମହାରାଜପୁର , ବହଲପଦର , ଖାଇରମାଲ ଅଞ୍ଚଳରେ ବ୍ୟାପକ ଖଣି ଲୁଟ ହେଉଥିବାବେଳେ ମାଇନିଙ୍ଗ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଗତ ଦୁଇ ଦିନ ତଳେ ବେଆଇନ୍ ଖଣି ଲୁଟ କୁ ଚଢ଼ାଉ କରି ଚେନ୍ ମାଉଣ୍ଟିଂ କୁ ଜବତ କରିଥିବାବେଳେ ସେହି ଗାଡ଼ି କୁଆଡେ ଗଲା ତାହା ସ୍ପଷ୍ଟ କରି ନାହାନ୍ତି ଖଣି ଅଧିକାରୀ । ତେବେ ବର୍ତ୍ତମାନ ଚାଲିଥିବା ଡବଲ ଇଞ୍ଜିନ ସରକାରଙ୍କ ଇଙ୍ଗିତରେ ଖଣି ଚୋରୀ ଚାଲିଥିବା ଅଭିଯୋଗ କରିଛି ବିଜେଡି । ଯାହା ଫଳରେ କୋଟି କୋଟି ରାଜସ୍ବ ହରାଉଛନ୍ତି ସରକାର। ତେବେ ତୁରନ୍ତ ସଂପୃକ୍ତ ବେଆଇନ୍ ଖଣି ଲୁଟ କୁ ବନ୍ଦ କରିବା ସହ ଖଣି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେଡି ନେତା । ଡବଲ ଇଞ୍ଜିନ ସରକାର ଆସିଲା ପରେ ସେପ୍ଟେମ୍ବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଖଣି ଲୁଟ ହେଉଥିବାର ପ୍ରକାଶ କରିଥିଲେ l