ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ପରିଦର୍ଶିକା ମୈଥିଳୀ ଦାଶ ଙ୍କ ପରଲୋକ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ଚମ୍ପାପୁର ନିବାସୀ ଅବସରପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶିକା ମୈଥିଳୀ ଦାଶଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ଅଧିନରେ ଦୀର୍ଘ ବର୍ଷ ଚାକିରି କଲାପରେ ଅବସର ଗ୍ରହଣ କରି ନିଜ ବାସଗୃହରେ ପରିବାର ବର୍ଗଙ୍କ ସହିତ ରହୁଥିଲେ । ଗୁରୁବାର ସକାଳ ୭ଘଣ୍ଟା ୩୦ ମିନିଟ ସମୟରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ଚାକିରି କାଳ ମଧ୍ୟରେ ଲୋକଙ୍କୁ ଆନ୍ତରିକତା ସହିତ ସେବା କରି ସେ ବେଶ୍ ପ୍ରିୟ ଭାଜନ ହୋଇ ପାରିଥିଲେ । ନିକଟ ହରିହର ଯୋର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଶବାଧାରରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ରହିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଧୃବ ଚରଣ ଦାଶ , ପୁତ୍ର ଦେବାଶିଷ , ପୁତ୍ରବଧୂ ଜ୍ୟୋତ୍ସ୍ନା , କନ୍ୟା ଆଶୀଷବାଳା , ମଧୁସ୍ମିତା , ଜାମାତା ସଂଜୟ , ଜୀତେନ୍ଦ୍ର, ପୁତୁରା ଦେବେନ୍ଦ୍ର, ପୁତୁରା ବଧୂ ସବିତା , ନାତି ନାତୁଣୀ ସାନୁରାଗ , ଶ୍ରେୟାଂଶୀ , ଦିବ୍ୟାଂଶି , ଦିଶା ପ୍ରମୁଖ ଉପସ୍ଥିତ ରହିଥିଲେ।