ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କାଦୋଦର ଉମାଦେବୀ ବିଦ୍ୟାମନ୍ଦିର ଠାରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ନିଗମାନନ୍ଦ ଦେହୁରୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥିଭାବେ ଉଲୁଣ୍ଡା ବ୍ଳକ ଉପାଧ୍ୟକ୍ଷ ସଂଜୀବ କୁମାର ଦେହେରୀ , କାଦୋଦର ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ପାଢୀ , ମୋ ସ୍କୁଲ ଅଭିଯାନ ସଭାପତି ଆନନ୍ଦ ବାରିକ ପ୍ରମୂଖ ଯୋଗ ଦେଇଥିଲେ। ଏହି ବାର୍ଷିକ କ୍ରୀଡାରେ ୯୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ୬୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ବାଳକ ବିଭାଗରେ ଲିପୁନ ଜଗଦଲା ଓ ବାଳିକା ବିଭାଗରେ ସ୍କୃତିଶିଖା ମହାକୁର ଚାମ୍ପିୟାନ ହୋଇଥିଲେ । ଏହି ଅବସରରେ ୧୦୦ମି ଦୌଡ , ମେଜିକ ଚେୟାର , ଉଚ୍ଚ ଦିଅଁl , ଲମ୍ବ ଡିଆଁ, ୨୦୦ମି ଦୌଡ , ଡିସକସ୍ ଥ୍ରୋ ଆଦି ବିଭିନ୍ନ ପ୍ରକାର ଖେଳ ଶିକ୍ଷକ ସୁବ୍ରତ କର୍ମୀ ଓ ସତ୍ୟବାଦୀ ସ୍କୁଲର ଖେଳ ଶିକ୍ଷକ ବାଲାଜୀ ବିଶ୍ଵନାଥ ଙ୍କ ଦ୍ଵାରା ପରିଚାଳନା ହୋଇଥିଲା । ଏ ଅବସରରେ ଏକ ଅଭିଭାବକ ସମ୍ମିଳନୀ ତଥା ଚତୁର୍ଥ ଶିକ୍ଷକ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ନିଗମାନନ୍ଦ ଦେହୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୬୭ଜଣ ଅଭିଭାବକ ଯୋଗ ଦେଇଥିଲେ । ସ୍କୁଲର ଉନ୍ନତି , ଅବନ୍ନତି , ଶିକ୍ଷାରମାନ , ମହତ୍ତ୍ଵ ଆଦି ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଶିକ୍ଷକ ସଦାନନ୍ଦ ନାଏକ ସଭା ପରିଚାଳନା କରିଥିବା ବେଳେ ମାନଭଞ୍ଜନ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ । ସ୍କୁଲର ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ , କର୍ମଚାରୀ , ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।