ଖଇରମାଲ ଖେଳପଡିଆରେ ଆୟୋଜିତ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସରେ ଘିଚl ପାଲି କୁ ହରାଇ କୁଲିହାକାନି ଦଳ ସେମିଫାଇନାଲ ରେ ପ୍ରବେଶ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମlଳ ଖେଳ ପଡ଼ିଆରେ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦ୍ୱିତୀୟ ଦିବସ ପ୍ରତିଯୋଗିତା ର ପ୍ରଥମମ୍ୟାଚ୍ ଟି ଖଇରମାଲ ଓ ଘିଚାପାଲି ମଧ୍ୟରେ ହୋଇଥିଲା । ଖଇରମାଲ ଦଳ ପ୍ରଥମେ ବ୍ୟାଟିଂ କରି ୮ଓଭର ରେ ୮ୱଇକେଟ ହରାଇ ୮୯ରନ କରିଥିବା ବେଳେ ଘିଚାପାଲି ଦଳ ୬. ୪ବଳ ରେ ୪ୱଇକେଟ ହରାଇ ୯୦ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଟିଠିପାଳି ଓ କୁଳିହାକାନି ମଧ୍ୟରେ ହୋଇଥିଲା । ଏଥିରେ ଟିଠୀପାଲି ଦଳ ୮ ଓଭର ରେ ୫ ୱିକେଟ ହରାଇ ୮୯ ରନ କରିଥିବା ବେଳେ କୁଳିହାକାନି ଦଳ ୮ଓଭର ରେ ୬ ୱାଇକେଟ ହରାଇ ୯୦ରନ କରି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା କୁଳିହାକାନି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଘିଚାପାଲି ମଧ୍ୟରେ ହୋଇଥିଲା । ଏଥିରେ ଘିଚାପାଲି ଦଳ ୬ଓଭର ରେ ୫ୱାଇକେଟ ହରାଇ ୬୬ ରନ କରିଥିବା ବେଳେ କୁଳିହାକାନି ଦଳ ୬ଓଭର ରେ ୩ ୱଇକେଟ ହରାଇ ୧୦୦ରନ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା । ପୁରସ୍କାର ବିତରଣୀ ଉତ୍ସବ ରେ ସ୍ବେଛାସେବୀ ସୁନୀଲ ବିଶି କୁଳିହାକାନି ଦଳର ଅନିଲ କୁମ୍ୟlନ ଅଫ ଦି ମ୍ୟlଚ ଟ୍ରଫି ପ୍ରଦାନ କରିଥିଲେ l ଅମ୍ପାୟାର ଭାବେ ପ୍ରଶାନ୍ତ ବାଙ୍କ , ମହାଦେବ ବଗର୍ତି ସ୍କୋରର , ମିଳନ ବଡ଼ମାଳି , ଅନ୍ତରାମ ବିଶି , ଆକାଶ ପଧାନ ଶିବରାମ ବଡ଼ମାଳି ଧାରା ବିବରଣୀ ପ୍ରଦାନ କରିଥିଲେ।