Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଉଚ୍ଚ ବିଦ୍ୟାପୀଠ ର ଜୁନିଅର ରେଡକ୍ରସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଜୁନିଅର ରେଡ଼କ୍ରସ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ କରିଥିଲେ।ସି ଆର ସି ସି ବିନୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଡକ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସଡକ ସୁରକ୍ଷା ସମ୍ବନ୍ଧୀୟ ସତର୍କତା ନିୟମ କୁ ଆଲୋକପାତ କରିଥିଲେ I ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ଜୀବର୍ଦ୍ଧନ ରଣା, ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ ଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ରାଲି ମାଧ୍ୟମରେ କେନଝିରିଆପାଲି ସାପ୍ତାହିକ ବଜାର ପ୍ରାଙ୍ଗଣରେ ସଡକ ସୁରକ୍ଷା ସଚେତନତା ସ୍ଲୋଗାନ ଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର, ଜଗଦିଶ ପଧାନ, ଖେଳ ଶିକ୍ଷକ ସୁରେନ୍ଦ୍ର ପଧାନ କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସି୍ଧେଶ୍ୱର ମେଣ୍ଡିଲି, ସରୋଜ କୁମାର ଭୁକ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।