Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା. ବୀରମହାରାଜପୁର ବ୍ଲକ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟରର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ସଭାପତିତ୍ବ କରିଥିଲାବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି, ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ I ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ମାର୍କଣ୍ଡେଶ୍ୱର ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ଦାଶ , ମନୋରଞ୍ଜନ ଭୋଇ , ସପ୍ତଦୀପା ସାହିତ୍ୟ ସଂସଦ ର ସଭାପତି ଡ.ଦ୍ବିତୀକୃଷ୍ଣ ପଣ୍ଡା , ସାମ୍ବାଦିକ କିଶୋର ହୋତା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସଂଗୀତ ଓ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ବାଗତ କରାଯାଇଥିଲା। ଶିକ୍ଷୟିତ୍ରୀ ମିନାକ୍ଷୀ ପଧାନ ବିଦ୍ୟାଳୟର ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଗୋଷ୍ଟି ଶିକ୍ଷl ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନୁଷ୍ଠାନର ଛାତ୍ର ବଳରାମ ଦଣ୍ଡସେନା, ମହାବୀର ସେଠୀ , ଛାତ୍ରୀ ରୀୟା ମହାକୁର , ସ୍ନେହାସିନୀ ସେଠୀ , କମିଟି ସଦସ୍ୟ, ସଦସ୍ୟା ଗୋପାଳ ଦାଶ , ଧନମାଳୀ ସାହୁ , ମମତା ମହାକୁର , ପଙ୍କଜିନୀ ଘିବେଲା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଭୁଦତ୍ତ ବେଦୋକ୍ତା ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଗୈ।ରୀ କୁମୁରା ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସୁରେନ୍ଦ୍ର କୁମାର ଓତା, ଶିକ୍ଷୟିତ୍ରୀ ମୈ।ସୁମୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ସଭା ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ