Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦନ୍ତl ହାତୀ ଆକ୍ରମଣରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ରେ ଭର୍ତି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ମହୁବୁରି ଜଙ୍ଗଲ ନିକଟରେ ମଙ୍ଗଳବାର ସକାଳୁ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସକାଳୁ ପିତାମହୁଲ ଗ୍ରାମର ଭରଦ୍ଵାଜ ମହାକୁର (୫୦) ଗାଁ ପାଖ ଜଙ୍ଗଲ କୁ ଛେଳି ଚରାଇ ଯାଇଥିବା ସମୟରେ ଜଙ୍ଗଲୀ ହାତୀ ଆକ୍ରମଣ ରେ ଶିକାର ହୋଇ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଖବର ପାଇ ବନ କର୍ମଚାରୀ ଙ୍କୁ ଖବର ଦେଇଥିଲେ ।‌ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିଲମ୍ବରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ଯୋଗୁଁ ତାଙ୍କୁ ଗ୍ରାମବାସୀ ମାନେ ଅଟକ ରଖି ସହାୟତା ପାଇଁ ଦାବି କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ହେବାର ସ୍ଥାନୀୟ ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଏ ଖବର ପାଇ ପରବର୍ତ୍ତୀ ସମୟରେ ବନ ସଂରକ୍ଷକ ଅବିନାଶ ବେରିହା ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିବା ସହ ଚିକିତ୍ସା ଖର୍ଚ୍ଚ ଓ ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରତିଶୃତି ଦେବା ପରେ ଘଟଣା ସ୍ଥଳରୁ ବନ କର୍ମଚାରୀ ଙ୍କୁ ଛଡା ଯାଇ ଥିବା ଜଣାଯାଇଛି । ଉକ୍ତ ଯୁବକ ଜଣକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ