ବୀରମହାରାଜପୁର ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଟିତ ବୈଠକ ରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ଯୋଗଦେଇ ଥିଲେ l ବୈଠକ ରେ ବୀରମହାରାଜପୁର ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଚଳିତ ଖରିଫ ଧାନ ଚାଷ ପାଇଁ ଚାଷୀ କ୍ରୟ କରିଥିବା ବିହନ ଅତି ନିମ୍ନମାନ ହୋଇଥିବା ରୁ ତାହା ଠିକ୍ ଭାବରେ ଗଜା ହୋଇନଥିବା ଅଭିଯୋଗ କରିଥିଲେ । ନିମ୍ନ ମାନର ବିହନ ଯୋଗୁଁ ଆଶା ଅନୁରୂପ ଫସଲ ହୋଇନଥିଲା । ଫଳରେ ଚାଷୀ ବହୁ ପରିମାଣ ରେ କ୍ଷତିଗ୍ରସ୍ତ ହେଇଥିଲେ । ବିଭାଗୀୟ ତଦନ୍ତକରୀ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ସହାୟତା ପାଇଁ ଦାବି କରିଥିଲେ l ଉକ୍ତ ଦାବି କୁ ବିଧାୟକ ଇଂ ଜଗଦଳା ସମର୍ଥନ ଜଣାଇ ସହାୟତା ନେଇ ପ୍ରତିଶ୍ରୁତି ଦେଇଥିଲେ l ବୀରମହାରାଜପୁର ରୁ ଗରିଆମୁଣ୍ଡ ରାସ୍ତା ନିର୍ମାଣ ସମୟ ରେ ଭଙ୍ଗା ଯାଇଥିବା ୨୯ ଗୋଟି ନଲକୁପ ପାଇଁ ନୂତନ ନଳକୂପ କରି ଶୀଘ୍ର ଲୋକଙ୍କ ବ୍ୟବହାର ରେ ଲଗାଇବାକୁ ପରାମର୍ଶ ଦେଇଥିଲେ l ସ୍ବାସ୍ଥ୍ୟ କ୍ଷେତ୍ର ରେ ଵୀରମହାରଜପୁର କୁ ଯଥାଶୀଘ୍ର ଏକ ମେଡିସିନ ବିଶେଷଜ୍ଞ ଦେବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ l ବୈଠକ ରେ ବୀରମହାରାଜପୁର ବି ଡି ଓ ପ୍ରିୟଦର୍ଶିନୀ ମିର୍ଦ୍ଧା , ଉପାଧ୍ୟକ୍ଷ ନାରାୟଣ ଲୁହା , ସାଂସଦ ପ୍ରତିନିଧି ନଲୀନି ପଣ୍ଡା , ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ମାନେ ଯୋଗଦେଇ ବ୍ଲକ ରେ ମନରେଗା ଯୋଜନାରେ କାର୍ଯ୍ୟ କରିବା ପାଇଁ ଦାବି କରିଥିଲେ l ବୈଠକରେ ସମସ୍ତ ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ଓ ସରପଞ୍ଚ ସମୂହ ଯୋଗ ଦେଇଥିଲେ ।