ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମlଳ ଖେଳ ପଡ଼ିଆରେ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧୁବାର କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ପ୍ରଥମ ମ୍ୟାଚ୍ ଟି ବଡଖମାର ଓ ଦେଉଲମୁଣ୍ଡl ମଧ୍ୟରେ ହୋଇଥିଲା l ବଡଖମlର ଦଳ ପ୍ରଥମେ ବ୍ୟାଟିଂ କରି ୭ ଓଭର ରେ ୬ଉଇକେଟ ହରାଇ ୬୧ ରନ କରିଥିବା ବେଳେ ଦେଉଳମୁଣ୍ଡା ଦଳ ୬ ଓଭର ରେ ୬୨ ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଦେଉଳମୁଣ୍ଡା ଓ ବଡଖମlର ମଧ୍ୟରେ ହୋଇଥିଲା । ଏଥିରେ ବଡଖମlର ଦଳ୪ ଓଭର ରେ ୩ ଉଇକେଟ ହରାଇ ୩୪ ରନ କରିଥିବା ବେଳେ ଦେଉଳମୁଣ୍ଡା ଦଳ ୨-୩ବଳରେ କୌଣସି ଉଇକେଟ ନ ହରାଇ ୩୫ ରନ କରି ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବ ରେ ବିରମହରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ , ସ୍ୱେଚ୍ଛାସେଵୀ ପିକୁଳ ଚନ୍ଦ୍ର ପଧାନ , ରାଜୀବ ବିଶି , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ବିଶି , ସରୋଜ ପାଢ଼ୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଦେଉଳମୁଣ୍ଡା ଦଳକୁ ଟ୍ରଫି ଓ ବିଜେତା ଦଳକୁ ୧୫.୦୦୦ଓ ରନ ର ଦଳକୁ ୧୦,୦୦୦ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ I ଅମ୍ପାୟାର ଭାବେ ପ୍ରଶାନ୍ତ ବାଙ୍କ, ମହାଦେବ ବଗର୍ତି ସ୍କୋରର , ମିଳନ ବଡ଼ମାଳି ,ଅନ୍ତରାମ ବିଶି , ଆକାଶ ପଧାନ , ବବୁଲ ଶୁଭଙ୍କର , ନିତ୍ୟାନନ୍ଦ , ବିବେକାନନ୍ଦ , ଅଜିତ , ମଣ୍ଟୁ , ଶିବରାମ ବଡ଼ମାଳି ଧାରା ବିବରଣୀ ପ୍ରଦାନ କରିଥିଲେ।
ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ବଡଖମାର କୁ ହରାଇ ଦେଉଳ ମୁଣ୍ଡା ଚାମ୍ପିୟନ ଘୋଷିତ
