Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଳ ପଦର ଖେଳ ପଡିଆରେ ଚାଲିଥିବା ଦଧିବାମନ କ୍ରିକେଟ ଖେଳରେ ଅମର ପାଲି ଦଳ ସେମିଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ଖେଳ ପଡ଼ିଆରେ ହେଉଥିବା ଦ୍ଵିତୀୟ ଦଧି ବାମନ କ୍ରିକେଟ କପ୍ ର ଦ୍ଵିତୀୟ ଦିବସ ରେ ସାମସିଙ୍ଗା ଦଳ କୁ ହରାଇ ଅମରପାଲି ସେମି ଫାଇନାଲ ରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ୍ ଟି ଅମରପାଲି ଓ ଅଡାଲ ମଧ୍ୟରେ ହୋଇଥିଲା । ଏଥିରେ ଅଡ଼ାଲ ଦଳ ପ୍ରଥମେ ବ୍ୟାଟିଂ କରି ୭.୫ ଓଭର ରେ ସମସ୍ତ ଉଇକେଟ ହରାଇ ୬୧ ରନ କରିଥିଲା । ଜବାବରେ ଅମରପାଲି ଦଳ ଆବଶ୍ୟକୀୟ ୬୨ ରନ କୁ ୪.୩ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ ଟି କମିରା ଓ ସାମସିଙ୍ଗା ମଧ୍ୟରେ ହୋଇଥିଲା। ଏଥିରେ କମିରା ଦଳ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୧୦ ଓଭର ୧୦୬ ରନ କରିଥିଲା। ଜବାବରେ ସାମସିଙ୍ଗା ଦଳ ଆବଶ୍ୟକୀୟ ୧୦୭ ରନ କୁ ୫.୪ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। କ୍ୱାର୍ଟର ଫାଇନାଲ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଅମରପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ସାମସିଙ୍ଗା ମଧ୍ୟରେ ହୋଇଥିଲା। ଏଥିରେ ଅମରପାଲି ପ୍ରଥମେ ବ୍ୟାଟିଂ କରି ଡେନି ଗୋପାଳ ମାଝି ଙ୍କ ୨୩ ବଲ ରୁ ୮୪ ରନ ସହାୟତା ରେ ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୫୪ ରନ କରିଥିଲା। ଜବାବରେ ସାମସିଙ୍ଗା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୩ ରନ କରି ପରାସ୍ତ ହୋଇଥିଲା। ଫଳରେ ଅମରପାଲି ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତାରଣି ଉତ୍ସବରେ କ୍ରୀଡାବିତ ପ୍ରହଲ୍ଲାଦ ସାହୁ, ହର ସାହୁ ଓ ବିଭୀଷଣ ଦନ୍ତା ଅତିଥି ଭାବେ ଯୋଗଦେଇ ଅମରପାଲି ର ଡେନି ଗୋପାଳ ମାଝି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ।