କେନଝରିଆ ପାଲି ଆଞ୍ଚଳିକ ବିଦ୍ୟାପୀଠ ର ଛାତ୍ର ଛାତ୍ରୀ ପରିଦର୍ଶନ କଲେ ସୋଲାର ପ୍ଲାଣ୍ଟ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠ କେନଝରିଆପାଳି ର ଏନlର୍ଜି କ୍ଲବ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଷ୍ଟଡିଟୁର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏନର୍ଜି କ୍ଳବ ଦାୟିତ୍ୱ ରେ ଥିବା ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ ଙ୍କ ତତ୍ଵାବଧାନରେ ୧୫ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଠାରେ ଥିବା GEDCOL ସୋଲାର ପ୍ଲାଣ୍ଟ ପରିଦର୍ଶନ କରିଥିଲେ I ସୋଲାର ପ୍ଲାଣ୍ଟ ର ମ୍ୟାନେଜର ଜୟକୃଷ୍ଣ ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ପ୍ଲାଣ୍ଟ ର ବିଭିନ୍ନ ୟୁନିଟ ବୁଲାଇଥିଲେ l ସୌର ଶକ୍ତି ରୁ ବିଦ୍ୟୁତ ଶକ୍ତି ରୂପାନ୍ତରଣ ବିଦ୍ୟୁତ ଯୋଗାଣ ସମ୍ପର୍କ ରେ ବୁଝାଇଥିଲେ l ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ଆଲୋଚନା ମlଧ୍ୟମ ରେ ସମାଧାନ କରିଥିଲେ I ପରିଶେଷରେ ଶକ୍ତି ସଂରକ୍ଷଣ ବିଷୟରେ ଗୁରୁତ୍ୱ ଦେଇ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଛାତ୍ରଛାତ୍ରୀ ମାନେ କୃତଜ୍ଞତା ଜ୍ଞାପନ ପୂର୍ବକ ଶକ୍ତି ସଂରକ୍ଷଣ ରେ ବ୍ରତୀ ହେବେ ବୋଲି ପ୍ରକାଶ କରିଥିଲେ l