Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମହିଳା କଲେଜରେ ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳିତ

ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବ ଆନୁକୂଲ୍ୟରେ ରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି I ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରେ ପାଳିତ ଏହି ସଭାରେ କଲେଜ ଅଧକ୍ଷ ଆଶୁତୋଷ ହୋତା ସଭାପତିତ୍ବ କରିଥିବାବେଳେ, ପ୍ରାକ୍ତନ ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶ ଦାତା ଡ଼ଃ ପ୍ରଫୁଲ୍ଲ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ କେମିତି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶକ୍ତ ଏବଂ ସୁସ୍ଥ ସମଜ ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣକରି ପାରିବେ ତା ଉପରେ ଆଲୋକପାତ କରିଥିଲେ I ସଂସ୍କୃତ ବିଭାଗ ଅଧ୍ୟାପିକା ସନ୍ତୋଷିନୀ ନାୟକ ଅତିଥି ପରିଚୟ ସହ ସଭା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଯୁବ ରେଡ଼କ୍ରସ ପରାମର୍ଶ ଦାତା ଗୀତାଞ୍ଜଳି ପଧାନ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I ବରିଷ୍ଠ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ସମ୍ମାନିତ ଅତିଥିଭାବେ ମଞ୍ଚସୀନ ଥିଲେ I ଶେଷରେ ଅଧ୍ୟାପିକା ପଦ୍ମିନୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ କଲେଜ ର ସମସ୍ତ କର୍ମଚାରି ତଥା ଯୁବରେଡ଼କ୍ରସ ସ୍ବେଛାସେବୀ ଏବଂ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ l