Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି । ଖଣି ଅଧିକାରୀଙ୍କୁ ଠାରୁ ରାଜସ୍ୱ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୈାଣସି ବାଲି ଘାଟରେ ଚଢ଼ାଉ ହେଉନାହିଁ। ଫଳରେ ବାଲି ମାଫିଆ ଙ୍କ ସହ ସଲାସୁତୁରା ହୋଇ ଚୁବ ରହୁ ଥିବାରୁ ସରକାରଙ୍କ ଲକ୍ଷାଧିକ ଟଙ୍କା ରାଜସ୍ବ ହାନି ହେଉଛି। ଏ ନେଇ ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଅଞ୍ଚଳରେ ବେଆଇନ ଭାବେ ବାଲି ଚୋରାଚାଲାଣ କୁ ରୋକିବା ସହ ଚଢ଼ାଉ ପାଇଁ ଜିଲ୍ଲାପାଳ ଗତ ଡିସେମ୍ବର ମାସରେ ଏକ ଚିଠି ମାଧ୍ୟମରେ ସ୍ଥାନୀୟ ତହସିଲଦାର , ଥାନା ଅଧିକାରୀ , ରେଞ୍ଜ ଅଧିକାରୀ ଓ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୈାଣସି ବାଲି ଘାଟରେ ଅଧିକାରୀଙ୍କ ପାଦ ପଡ଼ିନାହିଁ। ଯାହା ଫଳରେ ଏହାର ସୁଯୋଗ ନେଇ ଅଞ୍ଚଳର ରଥପୁର , ଟିଠିପାଲି , ଦେଉଲି , କୁମୁରସିଙ୍ଗା , କୃଷ୍ଣପାଲି ଘାଟ, ଗୋଧନେଶ୍ଵର , କେଲଗାଁ , କେଉଟିପାଲି , ସୁବଳୟା ଥାନା ପଛପଟ ଘାଟ ଓ ପଣ୍ଡୁଆ ଘାଟ ପ୍ରଭୁତି ସ୍ଥାନରୁ ବେଆଇନ ଭାବେ ଦିନ ରାତି ଚୋରା ବାଲି ଘାଟ ରୁ ଉତ୍ତୋଳନ କରି ଶତାଧିକ ଟ୍ରାକ୍ଟର ଯୋଗେ ଅନ୍ୟ ସ୍ଥାନକୁ ଚୋରାଚାଲାଣ ହେଉଥିବା ଜଣାଯାଇଛି। ସେହିପରି ବାଗବର ବାବା ମଠ ନିକଟରେ ନୂତନ ଭାବେ ନିର୍ମାଣ ହେଉଥିବା ପୋଲର ଉଭୟ ପାର୍ଶ୍ଵରୁ ବାଲି ଉତ୍ତୋଳନ କରୁଥିବା ଯୋଗୁଁ ପୋଲ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଉଲି ଘାଟରୁ ବହୁ ଟ୍ରାକ୍ଟର ବାଲି ବୋଝେଇ କରି ଲୁମୁରୁଜେନା ଗାଁ ଭିତରେ ଯାତାୟାତ କରୁଥିବା ଯୋଗୁଁ ବାଲି ଗୁଣ୍ଡ ଯୋଗୁଁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାଜସ୍ବ ବିଭାଗ ଓ ଖଣି ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ସହ ଉକ୍ତ ସ୍ଥାନ ମାନଙ୍କରେ ଚଢ଼ାଉ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ