ଜଟେସିଂହା ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ଖଣ୍ଡହତା ଦଳ ସେମିଫାଇନାଲ ରେ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା କ୍ରିକେଟ କ୍ଲବ ପକ୍ଷରୁ ଗୁରୁବାର ଆନନ୍ଦପୁର ଖେଳପଡିଆରେ ଚତୁର୍ଥ ମାଁ ମାହେଶ୍ଵରୀ କ୍ରିକେଟ କପ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ଇଂ ରଘୁନାଥ ଜଗଦଲା , ସ୍ଥାନୀୟ ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରୀପୁରାରୀ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରିକେଟ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ପ୍ରଥମ ମ୍ୟାଚରେ ଖଣ୍ଡହତା ଓ ମହଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଣ୍ଡହତା ଦଳ ୭ ଅଭରେ ୪ ଉଇକେଟ ବିନିମୟରେ ୯୬ ରନ କରି ବିଜୟୀ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ରୁଗୁଡିପାଲି ଓ କଦଳୀଗଡ ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ କଦଳୀଗଡ ୭ ଅଭରେ ୫ ଉଇକେଟ ହରାଇ ୧୧୮ ରନ୍ କରି ବିଜୟୀ ହୋଇଥିଲା। ଅପରାହ୍ନ ସମୟରେ ଖଣ୍ଡହତା ଓ କଦଳୀଗଡ ମଧ୍ୟରେ କ୍କାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା। ଏଥିରେ ଖଣ୍ଡହତା ଦଳ ପକ୍ଷରୁ ୩ ଅଭରେ ୩୨ ରନ୍ ସଂଗ୍ରହ କରି ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିଛି। ଲକ୍ଷ୍ମଣ ସାହୁ ଓ ଜିତେନ୍ଦ୍ର କର୍ମୀ ଖେଳ ପରିଚାଳନା କରିଥିବା ବେଳେ ଆଶିଷ ବିଶ୍ଵାଲ ଓ ପିଣ୍ଟୁ ମାଝୀ ସ୍କୋର ଦାଇତ୍ୱ ନିର୍ବାହ କରିଥିଲେ। ପ୍ରଶାନ୍ତ ମାଝୀ, ବିନୋଦ ମହାକୁର ଧାରାବିବରଣୀ ପ୍ରଦାନ କରିଥିଲେ ବେଳେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।