ଦଧିବାମନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିବସ ଖେଳରେ ସେମିଫାଇନାଲ ରେ ପହଞ୍ଚିଲା ତେଲିପାଲି ଦଳ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମର ଖେଳ ପଡ଼ିଆରେ ହେଉଥିବା ଦ୍ଵିତୀୟ ଦଧି ବାମନ କ୍ରିକେଟ କପ୍ ର ତୃତୀୟ ଦିବସ ରେ କେନ୍ଦୁପାଲି ଦଳ କୁ ହରାଇ ତେଲିପାଲି ସେମି ଫାଇନାଲ ରେ ପ୍ରବେଶ କରିଛି। ଗୁରୁବାର ପ୍ରଥମ ମ୍ୟାଚ୍ ଟି କେନପାଲି ଓ ଭlଲଡୁମୁରି ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁପାଲି ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୪ ଉଇକେଟ ହରାଇ ୧୧୯ରନ କରିଥିଲା। ଜବାବରେ ଭlଲଡୁମୁରି ଦଳ ୧୦ ଓଭର ରେ ୧୦ ଉଇକେଟ ହରାଇ ୧୦୩ରନ ସଂଗ୍ରହ କରି ପରାସ୍ତ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଟି ଦେଉଳମୁଣ୍ଡା ଓ ତେଲିପାଲି ମଧ୍ୟରେ ହୋଇଥିଲା। ଏଥିରେ ଦେଉଳମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୧୦ ଓଭର ୮ଉକେଟ ହରାଇ ୧୦୩ରନ କରିଥିଲା। ଜବାବରେ ତେଲିପାଲି ଦଳ ଆବଶ୍ୟକୀୟ ୧୦ ଓଭର ରେ ୩ଉଇକେଟ ହରାଇ ୧୦୯ ସଂଗ୍ରହ କରି ବିଜୟୀ ହୋଇଥିଲା । କ୍ୱାର୍ଟର ଫାଇନାଲ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା କେନପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ତେଲିପାଲି ମଧ୍ୟରେ ହୋଇଥିଲା। ଏଥିରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮, ୫ ବଲରେ ସମସ୍ତ ଉଇକେଟ ହରାଇ ୮୦ରନ କରିଥିଲା। ଜବାବରେ କେନପାଲି ଦଳ ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୬୨ ରନ କରି ପରାସ୍ତ ହୋଇଥିଲା। ଫଳରେ ତେଲିପାଲି ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତାରଣି ଉତ୍ସବରେ ଗଜାନନ ସାହୁସୁଦାମ ପଧାନ,ସତ୍ୟା ସେଠି ଅତିଥି ଭାବେ ଯୋଗଦେଇ ତେଲିପାଲି ଦଳର ଶୁଭମଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ଅନଲାଇନ ସ୍କୋରର କାହ୍ନl ପଧାନ , ଅଫ ଲାଇନ ସ୍କୋରର ସୁନିଲ ଭୁକ୍ତା , ଦୀପକ ସାହୁ ଥିବାବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ମାନସ ନନ୍ଦ l