ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ସପ୍ତବିଂଶତିତମ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଦ୍ୟାଳୟର ସଭାପତି କେଶବ କୁମାର ଦାଶ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ ରଘୁନାଥ ଜଗଦଲା, ମୁଖ୍ୟ ବକ୍ତା ସପ୍ତଦୀପା ସାହିତ୍ୟ ସଂସଦ ର ସଭାପତି ଡ.ଦ୍ବିତୀକୃଷ୍ଣ ପଣ୍ଡା ଯୋଗ ଦେଇ ଥିଲେ I ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ମୁଣ୍ଡୋଘାଟ ଗ୍ରାମ ପଞ୍ଚାୟତର ସରପଞ୍ଚ କେଶନ ଜଗଦଲା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଂପାଦକ ପଦ୍ମଲୋଚନ ମିଶ୍ର ଅନୁଷ୍ଠାନ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ମିତ୍ରଭାନୁ ନନ୍ଦ ସ୍ବାଗତ କରିଥିଲେ ଓ ବନ୍ଦ ମାତରଂ ଗାନ କରାଇଥିଲେ । ପ୍ରାରମ୍ଭରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ଆବାହନୀ ସଂଗୀତ ଗାନ କରା ଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ , ଗୁରୁମା, ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।
ଧର୍ମଶାଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ପାଳିତ
