ବୀରମହାରାଜ ପୂର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ରାସନ କାର୍ଡ ଇ -କେ. ୱାଇ. ସି. ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି l ରାଜ୍ୟ ର ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ମାନେ ସେମାନଙ୍କ ନିଜର ତଥା ପରିବାର ସଦସ୍ୟ ଙ୍କର ଆଧାର ଇ -କେ. ୱାଇ. ସି କରିବା ଜରୁରୀ ଥିବାରୁ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଖାଉଟି ଯେ କୌଣସି ଖାଉଟି ସୁଲଭ ମୂଲ୍ୟ ଦୋକାନ କୁ ଯାଇ ଚଳିତ ମାସ 31 ତାରିଖ ସୁଦ୍ଧl ଇ- କେ. ୱାଇ. ସି କରାଇ ପାରିବେ l ରାଜ୍ୟ ରେ ମାତ୍ର 1ଲକ୍ଷ 25 ହଜାର 312 ଜଣ ଇ -କେ. ୱାଇ. ସି କରିଥିବା ବେଳେ ବାକି ସମସ୍ତ ଇ -କେ. ୱାଇ. ସି ର ସଦ୍ୟ ସ୍ଥିତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାର ଙ୍କ ପୋର୍ଟାଲ ରେ ରାସନ କାର୍ଡ ନମ୍ବର କିମ୍ବା ଆଧାର ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ଓ.ଟି.ପି ଦେଇ ପରଖିବା, ସମସ୍ୟା ସ୍ଥଳେ ବିଭାଗୀୟ ଟୋଲ ଫ୍ରୀ ନ 1967 ରେ ଯୋଗାଯୋଗ କରିବାକୁ ବ୍ୟବସ୍ଥା କରିଛନ୍ତି l ବୀରମହାରାଜପୂର ବ୍ଲକ ରେ 81,482 ଖାଉଟି ଙ୍କ ମଧ୍ୟରୁ 68,298 ଖାଉଟି ଇ -କେ. ୱାଇ. ସି କରିଥିବା ବେଳେ ବାକି ଥିବା 13,274 ଖାଉଟି ଙ୍କ ପଞ୍ଜିକରଣ ପାଇଁ ସଚେତନତା ରଥ ମାଧ୍ୟମରେ ମାଇକ ରେ ଅବଗତ ପାଇଁ ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସରପଞ୍ଚ ଆଶା ପୋଷଣ କରିଛନ୍ତି l ସଚେତନତା ରଥ ଶୁଭାରମ୍ଭ ସମୟରେ ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା , ୱାର୍ଡ ସଭ୍ୟ , ଗ୍ରାମ ପଂଚାୟତ କର୍ମଚାରୀ , ଖାଉଟି ପ୍ରମୁଖ ଉପସ୍ଥିତ ଥିଲେ l