Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ତାର ସ୍ପାର୍କିଙ୍ଗ ହୋଇ ନିଆଁ ଗୁଳା ପଡ଼ିବାରୁ ଶିଶୁ ଗୁରୁତର

ଖଡ଼ିଆଳ : ୩୩କେଭି ବିଦ୍ୟୁତ ତାର ସ୍ପାର୍କିଙ୍ଗ ହୋଇ ନିଆଁ ଗୁଳା ପଡିବାରୁ ଜଣେ ପାଞ୍ଚ ବର୍ଷର ଶିଶୁ ଗୁରୁତର ହୋଇ ପଡିଛନ୍ତି।ଖଡ଼ିଆଳ ବ୍ଲକ ଦୋହେଲପଡା ଗ୍ରାମର ସୁଗ୍ରୀବ ହରିଜନଙ୍କ ପୁଅ ଭେବରାଜ ଆଜି ସନ୍ଧ୍ୟା ସମୟରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଗାଁ ଦେଇ ଯାଇଥିବା ବିଦ୍ୟୁତ ଖମ୍ଭରେ ସ୍ପାର୍କିଙ୍ଗ ହୋଇ ଜଳି ଯାଇଥିଲା ଓ ନିଆଁ ଗୁଳା ସବୁ ଛିଟିକି ପଡିଥିଲା। ତଳେ ଖେଳୁଥିବା ଭେବରାଜଙ୍କ ଉପରେ ଏସବୁ ପଡିବାରୁ ସେ ଗୁରୁତର ଆଘାତ ହୋଇଥିଲେ। ତାଙ୍କର ଛାତି ଓ ଗୋଡ଼ର ବିଭିନ୍ନ ଜାଗା ପୋଡି ଯାଇଥିବା ବେଳେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ଓ ଚିକିତ୍ସା ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ