ବାଲ୍ୟ ବିବାହ ରୋକିବା କୁ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ପ୍ରୟାସ: ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା ପ୍ରଦାନ


ବାଲିଗୁଡା, ୧୯/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲ୍ୟ ବିବାହ ରୋକିବା କୁ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ପ୍ରୟାସ, ନୃତ୍ୟ ଗୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ଗାଁ ଗାଁ ରେ ଜନ ସଚେତନ l ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା l କନ୍ଧମାଳ ଜ଼ିଲ୍ଲା ରେ ଦିନକୁ ଦିନ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ଜ଼ିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି l ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ବାଲିଗୁଡା ଓ କ.ନୂଆଗାଁ ଙ୍କ ମିଳିତ ଉଦ୍ୟମ ରେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ୱାର୍ଡ ଓ କ.ନୂଆଗାଁ ବ୍ଳକ ର ବିଭିନ୍ନ ଗ୍ରାମାଞ୍ଚଳ ରେ କନ୍ଧମାଳ କଳା ବିକାଶ କେନ୍ଦ୍ର ଓ ମାହେଶ୍ୱରୀ କଳାକାର ସଂଘ ର କଳାକାର ମାନଙ୍କ ଦ୍ୱାରା ବାଲ୍ୟ ବିବାହ କୁ ରୋକିବାକୁ ସଂସ୍କାରଧର୍ମୀ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେଉଛି l ମନୋରଞ୍ଜନ ମାଧ୍ୟମରେ ଜନ ସାଧାରଣ ଙ୍କୁ ସଠିକ ବାର୍ତ୍ତା ଦେବାକୁ ଯାଇ ଜନ୍ତୁପତି ଜମରାଜ ଓ ଚିତ୍ରଗୁପ୍ତ ଭୂମିକା ରେ ଅବତୀର୍ଣ୍ଣ ହୋଇ ଲୋକଙ୍କୁ ସଚେତନ କରୁଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, କିଶୋରୀ, ବାଳିକା ସମେତ ଗ୍ରାମବାସୀ ଉପସ୍ଥିତ ରହି ଏହି ସଂସ୍କାର ଧର୍ମୀ ପଥ ପ୍ରାନ୍ତ ନାଟକ କୁ ଶେଷ ପର୍ଯ୍ୟନ୍ତ ଦେଖି ବହୁତ ପସନ୍ଦ କରୁଛନ୍ତି l ଗ୍ରାମାଞ୍ଚଳ ରେ ବାଲ୍ୟ ବିବାହ କୁ ରୋକିବା ପାଇଁ ସମୂହ ଶପଥ ପାଠ ମଧ୍ୟ ହେଉଛି l ଅନୁଷ୍ଠାନ ର ସମ୍ପାଦକ ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଏହି ପଥପ୍ରାନ୍ତ ନାଟକ ର ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ରେ ବରିଷ୍ଠ କଳାକାର ଅଶୋକ ଦଣ୍ଡସେନା ଓ କ୍ଷୀରୋଦ ଦଣ୍ଡସେନା ନୃତ୍ୟ ନିର୍ଦ୍ଦେଶନା ଭାର ବହନ କରିଥିଲେ, କଳାକାର ଙ୍କ ନିଖୁଣ ଅଭିନୟ ରେ ଗ୍ରାମବାସୀ ବିମୋହିତ ହେଉଛନ୍ତି l

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।