Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକୁଡା ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ଡୁମାଳ ସାମାଜ ର ସାଧାରଣ ବୈଠକ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମହଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିକୁଡା ଗ୍ରାମର ଝରତୋପବନ ଶିବ ମନ୍ଦିର ଠାରେ ଜିଲ୍ଲା ଡୁମାଳ ପରିଷଦ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସୁବର୍ଣ୍ଣପୁର ପକ୍ଷରୁ ମାହେଶ୍ୱରୀ ଡୁମାଳ ମଶାଳ ଯାତ୍ରl ଏବଂ ଡୁମାଳ ଜାତି ସମାଜ ର ସଂସ୍କାର ଆଣିବା , ବାଲ୍ୟବିବାହ ବନ୍ଦ କରିବା, ନାରୀ ନିର୍ଯ୍ୟାତନା ରୋକିବା ପାଇଁ ନୂତନ ଜାତି ପରିଚୟ ପତ୍ର ପ୍ରଦାନ କରାଯାଇଅଛି । ଜିଲ୍ଲା ସଭାପତି ସ୍ଵାକ୍ଷର ଥିବା ଜାତି ପରିଚୟ ପତ୍ର କାର୍ଯ୍ୟକାରୀ ଅଟେ ଓ କଡାକଡି ଭାବରେ କାର୍ଯ୍ୟକାରୀ କରାଯାଇଛି । ସେଥି ପାଇଁ ୩୨ ଗୋଟି କେନ୍ଦ୍ର, ଜିଲ୍ଲା କମିଟି, ଉପଦେଷ୍ଟା କମିଟି ବିଚାର ବିମର୍ଶ କରି ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ସର୍ବ ସମ୍ମତି କ୍ରମେ ଆସନ୍ତା ଫେବୃୟାରୀ ମାସ ତା ୯/୨/୨୦୨୫ ରିଖ ରୁ ତା ୧୦/୨/୨୦୨୫ ରିଖ ଦୁଇ ଧରି କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରିଥିଲେ। ପ୍ରଥମ ଦିନ ଜିଲ୍ଲା ର ୮୮ ଗୋଟି ମାହେଶ୍ୱରୀ ମନ୍ଦିର ପିଠ ଗୁଡ଼ିକ ର ସେବାୟତ ମାନଙ୍କୁ ନେଇ ହିଙ୍ଗିମା ମାହେଶ୍ୱରୀ ମନ୍ଦିର ଠାରୁ ଗୁରୁପଙ୍ଗା , ଟିକୁଡା ଗ୍ରାମ ଦେଇ ଝର ତୋପବନ ଶିବ ମନ୍ଦିର ଟିକୁଡା ସଭାମଣ୍ଡ କୁ ଅଣାଯିବ । ଦ୍ବିତୀୟ ଦିନ ରେ ଜାତି ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ବୈଠକରେ ଜିଲ୍ଲା ଉପ ସଭାପତି ଜାନକୀ ରାମ ଦେହେରୀ , ଲକ୍ଷ୍ମଣ ବସ୍ତିଆ , ଦିନବନ୍ଧୁ ବଘାର , ନରସିଂହ ପଧାନ , ବଶିଷ୍ଠ ପଡିଆ , ମାର୍କଣ୍ଡ କର୍ମୀ , ରାମ ବସ୍ତିଆ , ରଘୁନାଥ ମହାକୁର , ମୂରଲୀ ପାତ୍ର, କୃଷ୍ଣଚନ୍ଦ୍ର କମ୍ପ, ସୁରେଶ ପାତ୍ର , ସତ୍ୟନାରାୟଣ ମେଣ୍ଡିଲି, ଆୟତନ କଲତା , ଅଶ୍ଵିନୀ ପାତ୍ର, ସତ୍ୟନାରାୟଣ ପଧାନ,ରବି ବଘାର, ଅଦ୍ଭୁତ ପଧାନ,କବି ବେହେରା, ମୀନକେତନ ମହାକୁର,ସୁବଲ କର୍ଣ୍ଣ, ହରିହର ପଧାନ,ଗୁଣ କର୍ଣ୍ଣ,କଳ୍ପ ବାରିକ ସନ୍ତୋଷ ମହାକୁର, ଗରିବ ପାତ୍ର,ନବୀନ ଦେହୁରୀ ଭରତ ଖେତୀ ଉପସ୍ଥିତ ଥିଲେ। ଶେଷରେ ହିଙ୍ଗିମା କେନ୍ଦ୍ର ଉପସଭାପତି ଜଗନ୍ନାଥ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।