Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆଗାଁ ବ୍ଲକର ଦୁଇ ବହିଷ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମରେ ଏତଲା ଦେଲେ ବିଇଓ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଞ୍ଚ ବେଳେ ବିଇଡି ନକଲି ପ୍ରମାଣପତ୍ର ଦେଇ କନିଷ୍ଠ ଶିକ୍ଷକ ଭାବେ କଟକ ଜିଲା ଗୌଡ଼ ଗୋପ ନିକଟ ଅଛୁତପୁର ଗ୍ରାମର ଅଜୟ କୁମାର ସ୍ବାଇଁଙ୍କ ଝିଅ ପ୍ରଦୟେନୀ ସ୍ୱାଇଁ ୨୦୧୮ ଏପ୍ରିଲ ଠାରୁ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସିର୍ତ୍ତିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ସେହିପରି ଗଞ୍ଜାମ ଜିଲା ଆସ୍କା ଜଗମୋହନ ନିକଟ ତିଳୋତ୍ତମା ଦେଇ ପୁର ଗ୍ରାମର ଶଙ୍କର୍ଷଣ ଶତପଥୀଙ୍କ ପୁଅ କୃଷ୍ଣ ଚନ୍ଦ୍ର ଶତପଥୀ ଡିମିସିଙ୍ଗିଆ ବିଦ୍ୟାଳୟରେ ଚାକିରି କରୁଥିଲେ। ମାତ୍ର ପ୍ରମାଣପତ୍ର ଯାଞ୍ଚ ପରେ ନକଲି ଜାଣି କାର୍ଯାନୁଷ୍ଠାନ ଭୟରେ ଉଭୟ ଫେରାର ହୋଇଯାଇଥିଲେ । ହେଲେ ନକଲି ବିଇଡି ପ୍ରମାଣପତ୍ର ଦାଖଲ କରିଥିବାରୁ ଉଭୟଙ୍କୁ ଜିଲା ପ୍ରଶାସନ ଗତ ୧୦/୨/୨୨ ଠାରୁ ବହିଷ୍କୃତ କରିଛନ୍ତି। ହେଲେ କୌଣସି ଆଇନ ଗତ କାର୍ଯାନୁଷ୍ଠାନ ହୋଇ ନଥିବାରୁ ପୁଣି ଜିଲା ପ୍ରଶାସନ ନିର୍ଦ୍ଦେଶରେ କ.ନୂଆଗାଁ ଥାନାରେ ଉଭୟଙ୍କ ନାମରେ ପୃଥକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଏତଲା ଦେଇଛନ୍ତି। ଏହାକୁ ନେଇ ଥାନା ଅଧିକାରୀ କୁମର ମୁଦୁଲି ଓ ସବ ଇନ୍ସପେକ୍ଟର ପ୍ରମୋଦ କୁମାର ବେହେରା ତଦନ୍ତ ଭାର ଗ୍ରହଣ କରି ଉଭୟ ଶିକ୍ଷକଙ୍କ ନାମରେ ଥାନାରେ କେସ ନଂ ୫୮/୨୩ ଅନୁସାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ଜଣାପଡିଛି l