ହନୁମାନ ପାଲି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ ମହୋତ୍ସବର କଳସ ଶୋଭାଯାତ୍ରା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଳ ପଞ୍ଚାୟତ ଅନ୍ତର୍ଗତ ହନୁମାନପାଲି ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ମାଘ ତିଳ ସପ୍ତମୀ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଆଜି ପବିତ୍ର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୀଘ୍ର ବର୍ଷ ଧରି ଚାଲିଆସୁଥିବା ଏହି ମାଘ ସପ୍ତମୀ କୁ ଉତ୍ସବ ଭାବେ ପାଳନ କରି ଆସୁଛନ୍ତି । ବୁରୋଘାଟ-ନୁଆଁପାଲି ମହାନଦୀ ଘାଟରୁ ଶହ ଶହ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭଜନ ସଂକୀର୍ତ୍ତନ୍ୟ ସହ ଜଳ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଗାଁ ର ସୁରେନ୍ଦ୍ର ମେହେର ଓ ତାଙ୍କ ଧର୍ମପତ୍ନୀ ଗୁଳାପି ମେହେର ପ୍ରହର ଘରର କର୍ତ୍ତା ଭାବେ, ଆଉ ଯଜ୍ଞକୁଣ୍ଡରେ ଉପେନ୍ଦ୍ର ମେହେର ତାଙ୍କ ଧର୍ମ ପତ୍ନୀ ସବିତା ମେହେର ଏବଂ ନାମ ଯଜ୍ଞର ପୂଜକ ରୂପେ ସଦାନନ୍ଦ ପଣ୍ଡା ଓ ଯଜ୍ଞ କୁଣ୍ଡର ଜପକ ରୂପେ ବାମନ ପଣ୍ଡା ଦାୟିତ୍ଵ ନିର୍ବାହ କରୁଛନ୍ତି। ଆସନ୍ତାକାଲି ମଙ୍ଗଳବାର ସକାଳ ୦୮ଘଣ୍ଟା ସମୟରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି l ଆୟୋଜକ କମିଟି ପକ୍ଷରୁ ସଭାପତି ହରି ମେହେର , ସମ୍ପାଦକ ଦୀନବନ୍ଧୁ ମେହେର , କୋଷାଧ୍ୟକ୍ଷ ଶିବରାମ ମେହେରଙ୍କ ସହ ଗ୍ରାମର ବୈଶାଖୁ ମେହେର , ଅର୍ଜୁନ ମେହେର, ଗଣପତି ମେହେର , ନବୀନ ବାଘ , ନକୁଳ ମେହେର, ଇଶ୍ଵର ହାତୀ , ତ୍ରିନାଥ ମେହେର , ମନରଞ୍ଜନ ମେହେର , କନ୍ଦର୍ପ ମେହେର ,ଦ୍ଵାରୁ ହାତୀ , ହାଡୁ ମେହେର , ଗୁର ମେହେର ,ପଳାଉ ମେହେର , ରାଜୁ ପଧାନ , ରାମକୃଷ୍ଣ ମେହେର , ଘନଶ୍ୟାମ ମେହେର,ନେପାଳ ମେହେର , ରାଧାମୋହନ ମେହେର,ସମରୁ ମେହେର , ନାଥ ମେହେର , ରାଜୁ ମେହେରଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।