Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୮ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପୁରି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ତାରିରେ ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ହେବେ ସାମିଲ ।

୨୮ ତାରିଖ ସକାଳ ସାଢେ ୮ଟାରେ ମୋଦୀ ଦିଲ୍ଲୀରୁ ଭୁବନେଶ୍ବର ବାହାରିବେ । ଦିନ ସାଢେ ୧୦ ଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ଜନତା ମଇଦାନରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଯିବେ । ୧୦ଟା ୫୫ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ୟ୍ୟକ୍ରମ ସାରି ମଧ୍ୟାହ୍ନ ୧୨ଟା ୩୫ରେ ଜନତା ମଇଦାନରୁ ଭୁବନେଶ୍ବର ବିମାନ ବନ୍ଦର ଯିବେ । ସେଠାରୁ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତରେ ଯିବେ ମୋଦୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories