Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତିଆପାଲି କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୁତିଆପାଲି ସ୍ଥିତ ପରମେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ବୁଧବାର ‌ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଉକ୍ତ କଲେଜର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଣ୍ଡା ପୌରୋହିତ୍ୟ କରିଥିଲେ। କଲେଜର ଶିକ୍ଷା ବିଭାଗର ଅଧ୍ୟାପକ ବନମାଳି ଦାସ , ଓଡ଼ିଆ ବିଭାଗର ଅଧ୍ୟାପକ ଶରତ କୁମାର ଦଳାଇ , ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ରେ ସୁମିତ ରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଦାମ ଚରଣ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରୋଗ୍ରାମ ସଂଯୋଜକ ସୁଷମା ବାଦୀ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। ଗତ ୧୦ ତାରିଖର ରୁ ୨୨ ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ଆତ୍ମ ସୁରକ୍ଷା ତାଲିମ ଶିବିର ରେ ଉକ୍ତ କଲେଜର ପ୍ରାୟ ୬୨ ଜଣ ଛାତ୍ରୀ ଅଂଶ ଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ। ବାସନ୍ତୀ ମହାନନ୍ଦ ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏହି ଅବସର ରେ ତାଲିମ ଗ୍ରହଣ କରିଥିବା ସମସ୍ତ ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଲକ୍ଷ୍ମୀପ୍ରିୟା ଚାନ୍ଦ ପ୍ରମାଣପତ୍ର ବଣ୍ଟନ କରିବାରେ ସହଯୋଗ କରିଥିଲେ । ଦିବାକର ସାମଲ , ଭଗବାନ ହୋତା , ଅକ୍ଷୟ ଗରିଆ , ନମିତା ଉର୍ମା ପ୍ରମୁଖ କଲେଜର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।