ଝାରସୁଗୁଡା ଉପନିର୍ବାଚନ; ଦୀପାଳିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ


ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନକୁ ‌ଆଉ ମାତ୍ର କେଇଟା ଦିନ ବାକି ଅଛି। ଆସନ୍ତା ୧୦ରେ ଝାରସୁଗୁଡା ଉପ-ନିର୍ବାଚନ। ଜୋର୍‌ଦାର୍‌ ଚାଲିଛି ପ୍ରଚାର। ସର୍ବାଧିକ ଭୋଟ୍‌ରେ ଜିତିବା ପାଇଁ ଲାଗିପଡ଼ିଛନ୍ତି ସବୁ ଦଳ। ତେବେ ପ୍ରଚାରରେ ସର୍ବାଗ୍ରେ ଅଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ସୂଚନା ଅନୁଯାୟୀ ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୭ ତାରିଖରେ ବିଜେଡି ସୁପ୍ରିମୋ ପ୍ରଚାର ମୈଦାନକୁ ଓହ୍ଳାଇପାରନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ବିଜେଡି ଷ୍ଟାର୍‌ ପ୍ରଚାରକ ତାଲିକାରେ ନବୀନଙ୍କ ନାଁ ସର୍ବାଗ୍ରେ ରହିଛି। ଅନ୍ୟପଟେ ବିଜେପି ୩ କେନ୍ଦ୍ରମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି। ଖୁବ୍‌ଶୀଘ୍ର ଏହି ୩ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ ବୋଲି ଜଣାପଡ଼ିଛି। ସେହିଭଳି କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛି ।