Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ; ଟଙ୍କଧରଙ୍କ ଲାଗି କରିବେ ପ୍ରଚାର

ଭୁବନେଶ୍ବର: ଆସନ୍ତା ୧୦ରେ ଝାରସୁଗୁଡା ଉପନିର୍ବାଚନ। ନିର୍ବାଚନ ଲାଗି ସରଗରମ ରାଜନୀତି। ‌ଜୋର୍‌ଦାର ଜମୁଛି ପ୍ରଚାର। ତିନି ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାର ଲାଗି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ତେବେ ସୂଚନା ମୁତାବକ ୧୦ରେ ନିର୍ବାଚନ ଥିବାରୁ ଆସନ୍ତା ୭ରେ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ।

ନିର୍ବାଚନୀ ସଭା ସହ ରୋଡ ସୋ’ କରିବେ ଧର୍ମେନ୍ଦ୍ର । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ସାମିଲ କରିଥିଲା ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଳାଇବେ। ଆସନ୍ତା ୭ ତାରିଖରେ ନବୀନ ମଧ୍ୟ ଦୀପାଳିଙ୍କ ପାଇଁ ପ୍ରଚାର କରିପାରନ୍ତି ବୋଲି ଜଣାପଡ଼ିଛି। ସମାନ ଦିନରେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ୨ ପ୍ରମୁଖ ପ୍ରଚାରକ। ତେଣୁ କମ୍ପିବ ପ୍ରଚାର ମୈଦାନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ