Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଦଗୁଦା ଗାଁ ଖେଳ ପଡିଆରେ ଚାଲିଥିବା ପଞ୍ଚଖଣ୍ଡl କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦୁଗୁଦା ଗ୍ରାମର ଖେଳ ପଡ଼ିଆରେ ଚାଲିଥିବା ପାଞ୍ଚଖଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରେ ଲୁତୁରପଙ୍କକୁ ହରାଇ ଅନ୍ଧାରୀ ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ରେ ଅନ୍ଧାରୀ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର୍ ରେ ୮ ଉଇକେଟ୍ ହରାଇ ୧୦୦ ରନ ସଂଗ୍ରହ କରିଥିଲା। ଜବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୮୭ ରନ କରି ପରାଜିତ ହୋଇଥିଲା। ଫଳରେ ଅନ୍ଧାରୀ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଛି। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବହଳପଦର ସମିତିସଭ୍ୟା ସୁଗନ୍ଧା ଘିବିଲା , ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ , ବହଳପଦର ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା , ୱାର୍ଡସଭ୍ୟା ମାମିନା ପ୍ରଧାନ , କ୍ରୀଡାବିତ୍ ବିମ୍ବାଧର ସାହୁ, ଅଶୋକ କୁମାର ସାହୁ , କୁଳମଣି ମିର୍ଦ୍ଧା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ଧାରୀ ର ଗୌତମ ମିର୍ଦ୍ଧା ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ଅନ୍ଧାରୀ ଦଳ କୁ ନଗଦ ୧୨ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପ ବିଜେତା ଲୁତୁରପଙ୍କ ଦଳ କୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ