ବାହା ହେବାକୁ ମନା କରିବା ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ: ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିବାହ କରିବାକୁ ମନା କରିବାର ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ । ଜଣେ ଯୁବତୀଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିବାହ ପାଇଁ ମନା କରିବା ଅର୍ଥ ନୁହେଁ ଯୁବତୀଙ୍କୁ ମରିବା ଲାଗି ପ୍ରବର୍ତ୍ତାଇବା । ସୁପ୍ରିମକୋର୍ଟ ଜଷ୍ଟିସ ବିଭି ନାଗରତ୍ନ ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଣିଛନ୍ତି । ଜଣେ ମହିଳାଙ୍କୁ ନେଇ ଏଭଳି ଅଭିଯୋଗ ଆଣିଥିଲେ ଯୁବତୀଙ୍କ ପରିବାର ।

ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ପୁଅଙ୍କୁ ଯୁବତୀ ଜଣକ ପ୍ରେମ କରୁଥିଲେ। ତେବେ ମହିଳାଙ୍କ ପୁଅ ବିବାହ ଲାଗି ମନା କରିଥିଲେ । ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ପୁଅର ମାଆ ଯୁବତୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ଓ ବିବାହକୁ ବିରୋଧ କରିବା ସହ ଯୁବତୀଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗ ଆଣି ମାମଲା ରୁଜୁ ହୋଇଥିଲା । ତେବେ ଯୁବତୀଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇବା ଭଳି କୌଣସି ପ୍ରମାଣ ଯୁବକ କିମ୍ବା ତାଙ୍କ ମାଆଙ୍କ ବିରୋଧରେ ନଥିଲା । କୋର୍ଟ ମହିଳାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖାରଜ କରିବା ସହ ଏହି ରାୟ ଶୁଣାଇଛନ୍ତି ।