ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ପଞ୍ଚଦଶ ଅର୍ଥ ଆୟୋଗ ଦ୍ୱାରା ପ୍ରଦତ୍ତ ୨0୨୪ -୨୫ ବର୍ଷ ର ସମୀକ୍ଷା ଓ ଜନଶୁଣାଣୀ ହୋଇଥିଲା l ବୀରମହାରାଜପୁର ବ୍ଲକ ବିଡ଼ିଓ ରାଜୀବ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମୀକ୍ଷା ବୈଠକ ରେ ସୋନପୁର ଉପଜିଲ୍ଲାପାଳ ସୋମ୍ୟାରୁପା ରଥ ଯୋଗଦେଇ ସମୀକ୍ଷା କରିଥିଲେ l ବ୍ଲକ ପ୍ରୋଗ୍ରାମ ଅଫିସର ଅମୃତାଂଶୁ ପାତ୍ର ସ୍ବାଗତଂ କରିଥିବାବେଳେ ବି ଏସ ଏ ଚୈତନ୍ୟ ମଲ୍ଲିକ ବିଗତ ଜନଶୁଣାଣୀ ର ବିବରଣୀ ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଜିଲ୍ଲା ପରିଷଦ ସଦସ୍ୟ ଲବକୁମାର ସାହୁ , ଜିଲ୍ଲା ପରିଷଦ ପ୍ରୋଗ୍ରାମ ଅଧିକାରୀ ହୃଷିକେଶ ମହାକୁର , ସାମାଜିକ ସମୀକ୍ଷା ବ୍ଲକ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କିଶୋର ହୋତା , ପ୍ରଭାଞ୍ଜନ କର୍ମୀ , ସୁଧାଂଶୁ କର୍ଣ୍ଣ , ଆସିଷ୍ଟାଣ୍ଟ ଇଂଜିନିୟର ଦୁଃଶାସନ ସାହୁ , ସରପଞ୍ଚ ଶ୍ରୀୟା କର୍ମୀ , ଜୟଶ୍ରୀ ଦେହୁରୀ , ମହେନ୍ଦ୍ର ଜଗଦଲା , ସୂର୍ଯ୍ୟ ନନ୍ଦ , ଅନୁସୟା ପଧାନ , ଏସ ସି ଏଫ ସୁବଳୟା ଅବିନାଶ ବେରିହା , ଉଲୁଣ୍ଡା ରେଞ୍ଜର ସୀତାରାମ ଶବର , ବୀରମହାରାଜପୁର ସହକାରୀ ଉଦ୍ୟାନ ଅଧିକାରୀ ପ୍ରିୟଦର୍ଶିନୀ ଝାଙ୍କର , ଜଲଛାୟା ଅଧିକାରୀ , ସମସ୍ତ ଗ୍ରାମ ପଞ୍ଚାୟତ ପ୍ରୋଗ୍ରାମ ଅଧିକାରୀ , ଡାଟା ଏଣ୍ଟ୍ରି ଅଧିକାରୀ ଭି ଆର ପି ପ୍ରମୁଖ ଯୋଗଦେଇଥିଲେ l ମନରେଗା କାର୍ଯ୍ୟକ୍ରମ ରେ ଅନେକ ସ୍ଥାନରେ ଡିସପ୍ଲେ ବୋର୍ଡ ନ ଥିବାରୁ ଫାଇନ କରିବା ସହ, ନୂତନ ଡ଼ିସ ପ୍ଲେ ବୋର୍ଡ ନିର୍ମାଣ କରିବାକୁ ବୈଠକ ରେ ନିର୍ଦ୍ଦେଶ ଦେଇଥିଲେ l ବୀରମହାରାଜପୁର ବ୍ଲକ ର ଅନେକ ପଞ୍ଚାୟତ ରେ ଆଶାନୁରୂପ କାର୍ଯ୍ୟ ହୋଇନଥିବା ରୁ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ l କାର୍ଯ୍ୟକ୍ରମ ରେ ସାଇରାମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଏ ବି ଡ଼ି ଓ ପୁରୁଷୋତ୍ତମ ଧରୁଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l