Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରେ ଭାଗନେଲେ ଚାଷୀ ଙ୍କ ସହିତ 35 ଟି ଦଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜନତା ଓ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପ୍ରଥମ ଥର ପାଇଁ ଉତ୍ସବରେ ଏକ ଚାଷୀ ଟିମ୍ ମଧ୍ୟ ଭାଗ ନେବାର ଦେଖିବାକୁ ମିଳିଥିଲା । ସାଧାରଣତଃ ସ୍କୁଲ କଲେଜର ଛାତ୍ରଛାତ୍ରୀ ପ୍ୟାରେଡ ଉତ୍ସବରେ ଭାଗ ନେଉଥିବାବେଳେ ଚାଷୀଙ୍କ ପ୍ୟାରେଡ ଦୃଶ୍ୟ ବେଶ କୌତୁହଳ ସୃଷ୍ଟି କରିଥିଲା । ସମ୍ଭବତଃ ରାଜ୍ୟରେ ଏହା ପ୍ରଥମ ବୋଲି କୁହାଯାଉଛି । ୩୫ ଜଣ ଚାଷୀ ଧଳା ରଙ୍ଗର ଧୋତି, କୁର୍ତ୍ତା, ଟୋପି ଓ ଜୋତା ପରିଧାନ କରି ପ୍ୟାରେଡରେ ଭାଗ ନେଇଥିଲେ । ଚାଷୀମାନେ “ଜୟ ଯବାନ, ଜୟ କିଷାନ’ ବୋଲି ନାରା ଦେଇଥିଲେ । କିଷାନ ଦେହୁରୀ ଚାଷୀ ଟିମର କମାଣ୍ଡର ଦାୟିତ୍ଵ ତୁଲାଇଥିଲେ । ଏହି ଅବସରରେ ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ଏକ ପ୍ରଜ୍ଞାପନ ମେଢ ମଧ୍ୟ ପରିକ୍ରମା କରିଥିଲା । ପ୍ୟାରେଡ ଉତ୍ସବରେ ୩୫ଟି ଦଳ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ଓ କ୍ୟାପଟେନ ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ବରିଷ୍ଠ ସାମ୍ବାଦିକ ନନ୍ଦକିଶୋର ମିଶ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ପୁରସ୍କୃତ କରାଯାଇଥିଲା । ସେହିଭଳି ସୁବଳୟା ଡିଗ୍ରୀ କଲେଜରେ ଆଇନଜୀବୀ ନନ୍ଦକିଶୋର ମିଶ୍ର ଓ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭୋଲାନାଥ କର୍ମୀ, ଉଫୁଲା ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟା କର୍ମୀ, ଷଣ୍ଢାର ମାଁ ମାହେଶ୍ୱରୀ କ୍ଲବରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବଳୟା ପଞ୍ଚାୟତ ସ୍ତରୀୟ ସଂଘ ଠାରେ ସଭାନେତ୍ରୀ ମୀରା ବାରିକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।