Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସରକାରୀ ବାଳକ ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ରେ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋ କ୍ଲବ ରେ ଥିବା ବିଦ୍ୟାଳୟ ଗୁଡିକରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ନୋଡାଲ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧର୍ମୁଧର ଶତପଥୀ , ସୁବଳୟା ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସର ରେ ବିଭିନ୍ନ ସ୍କୁଲ ର ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଅଧ୍ୟାପକ ସଞ୍ଜୀବ ନାୟକ, କୁମାରକେଳି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଜୟରାମ ତ୍ରିପାଠୀ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ । ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଥପୁରର ସନ୍ଦୀପ କୁମାର ମେହେର ପ୍ରଥମ , ସଂଗ୍ରାମପୁର ୟୁଜିଏଚଏସ ର ପୁଷ୍ପାଞ୍ଜଳି ହାତୀ ଦ୍ଵିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଥପୁର ର ସ୍ମୃତିରେଖା ପ୍ରଧାନ ତୃତୀୟ ସ୍ଥାନ ହାସଲ କରି ଆର୍ଥିକ ପୁରସ୍କାର ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ , ବରିଷ୍ଠ ବିଜ୍ଞାନ ଶିକ୍ଷକ ସଦାନନ୍ଦ ପଣ୍ଡା , ବ୍ଲକ ବିଜ୍ଞାନ ସମ୍ପାଦକ ସଚ୍ଚିଦାନନ୍ଦ ବେହେରା , ସହସମ୍ପାଦକ ଗୌରୀ ଶଙ୍କର ପୂଜାହାରୀ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଜ୍ୟୋର୍ତିମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।