Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ, ଚନ୍ଦ୍ରଭାନୁ ମହୋତ୍ସବ ଅନୁଷ୍ଠିତ।

କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ସ୍ଥିତ ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଚନ୍ଦ୍ରଭାନୁ ମହୋତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରେ ଅଗ୍ରଦେଵ ଗଣେଶ ଙ୍କୁ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରା ଯାଇଥିଲା। ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ହୃଷିକେଶ ନାଏକ ପ୍ରଧାନ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଦୁଷ୍ମନ୍ତ କୁମାର ପାଢୀ, ମୁଖ୍ୟ ବକ୍ତା ଭାବେ ଜବହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ଛାତ୍ର ଜୀବନ ରେ ଶିକ୍ଷା ର ଗୁରୁତ୍ୱ ଓ ମହତ୍ୱ ବିଷୟରେ ପରାମର୍ଶ ସହ ବିଦ୍ୟାଳୟ ହିଁ ଶିକ୍ଷା ର ଏନ୍ତୁଡ଼ିଶାଳ ଏଣୁ ତମେ ବିଦ୍ୟାଳୟ ରେ ଯେଉଁ ଶିକ୍ଷା ଅର୍ଜନ କରିବ ତାହା ତମର ଭବିଷ୍ୟତ ଗଢ଼ିବ ବୋଲି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପାଞ୍ଚ ଇଶ ରାମ ସୁନାନୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ମଳୟ ବାଗ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା, ଗୋକୁଳ ଚନ୍ଦ୍ର ସାହୁ,ଚିତ୍ତରଞ୍ଜନ ଠାକୁର,ଧନମତ ଧଙ୍ଗଡା ମାଝୀ,ଚିତ୍ରସେନ ବେମାଲ, ଗଗନେଶ୍ୱର ବେମାଲ,ଚନ୍ଦ୍ର କିଶୋର ପଣ୍ଡା ଙ୍କୁ ବିଦ୍ୟାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନ କୁ ଗଢି ତୋଳିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା ଓ ସଂଯୋଜନା ରେ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ଓ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ଷଢଙ୍ଗୀ ସହଯୋଗ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଦୀନବନ୍ଧୁ ଗିରି, ଶାରଦା ଶଙ୍କର ସାହୁ, ପଦ୍ମନ ସାହୁ, ଦିବାକର ଦାସ,ଭବାନୀ ଶଙ୍କର ଶବର,ଶିକ୍ଷୟିତ୍ରୀ ସରିତାଧାରା ସାହୁ, ଚନ୍ଦ୍ରିକା ପ୍ରଧାନ,ବର୍ଷା ରାଣି ସାହୁ, କଳ୍ପନା ଶବର, ଦିବ୍ୟା ଶବର ଓ ସହକର୍ମୀ ପଦ୍ମନାଭ ଛାତ୍ରୀଆ,ସୁଗ୍ରୀସେନ ବଗର୍ତ୍ତି, ଜଗତାନନ୍ଦ ଶବର ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଵାର୍ଷିକ ଉତ୍ସଵ କାର୍ଯ୍ୟକ୍ରମ ରେ ନିଜର ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories