୨୭ ବର୍ଷ ପରେ କୁମ୍ଭମେଳାରେ ସ୍ବାମୀକୁ ଆଘୋରୀ ବେଶରେ ପାଇଲେ ସ୍ତ୍ରୀ, ତା’ପରେ…


ପ୍ରୟାଗରାଜ: କୁମ୍ଭମେଳାରେ ମିଳନ ଓ ଭାଙ୍ଗିବାର ସ୍ଥାନ । କୋଟି କୋଟି ଲୋକଙ୍କ ମଧ୍ୟରେ କିଏ ନିଜ ଲୋକକୁ ହରାଇ ବସିଥାଏ ତ ଆଉ କିଏ ନିଖୋଜଙ୍କୁ ପୁଣି ଫେରି ପାଇଥାଏ । ଏଠି ସବୁ ପାପା ଧୋଇ ହୋଇଯାଏ । ଏହା ମଳନ ଓ ବିଚ୍ଛେଦର ମହାକୁମ୍ଭ । ଆଉ ଏମିତି କିଛି ଚଳିତବର୍ଷ ୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭରେ ଦେଖିବାକୁ ମିଳିଛି । ଜଣେ ମହିଳା ୨୭ ବର୍ଷ ପୂର୍ବେ ନିଖୋଜ ସ୍ବାମୀଙ୍କୁ ଏଠି ପାଇଛନ୍ତି । ହେଲେ ଏବେ ସ୍ବାମୀ ଆଘୋରୀ ହୋଇଯାଇଥିବା ବେଳେ ପତ୍ନୀଙ୍କ ଦାବିକୁ ଅସ୍ବୀକାର କରୁଛନ୍ତି । ଫଳରେ ମହିଳା ଓ ତାଙ୍କ ପରିବାର ପୋଲିସର ଦ୍ବାରସ୍ଥ ହୋଇ ଡିଏନଏ ଟେଷ୍ଟ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଗଙ୍ଗାସାଗର ନାମ ବ୍ୟକ୍ତି ଦୀର୍ଘ ୨୭ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ଶେଷରେ ସେମାନେ ତାଙ୍କ ଫେରିବା ଆଶା ଛାଡି ଦେଇଥିଲେ । ତେବେ ପରିବାର ଲୋକେ ମହାକୁମ୍ଭଙ୍କୁ ଯାଇଥିବା ବେଳେ ଜଣେ ଆଘୋରୀ ବାବାଙ୍କୁ ଦେଖିଥିଲେ । ଯାହାଙ୍କ ମୁହଁ ଗଙ୍ଗାସାଗରଙ୍କ ସହ ମିଶୁଛି । ଏପରିକି ଗଙ୍ଗାସାଗରଙ୍କ ଦେହରେ ଥିବା କିଛି ଚିହ୍ନ ସମ୍ପୃକ୍ତ ଆଘୋରୀ ବାବାଙ୍କ ଦେହରେ ଥିବା ଦେଖିଥିଲେ । ଏହାପରେ ଗଙ୍ଗାସାଗରଙ୍କ ପତ୍ନୀ ସମ୍ପୃକ୍ତ ବାବାଙ୍କୁ ନିଜ ସ୍ବାମୀ ବୋଲି ଦାବି କରିଥିଲେ ।

ହେଲେ ଆଘୋରୀ ବାବା ଏପରି ଦାବିକୁ ସ୍ବୀକାର କରିଛନ୍ତି । ସେ ଏହାକୁ ମାନିବାକୁ ବି ନାରାଜ । ଏପରିକି ବାବାଙ୍କ ସହ ଥିବା ସାଧ୍ବୀ ମଧ୍ୟ ଏପରି ଦାବିକୁ ଅସ୍ବୀକାର କରିଛନ୍ତି । ଏହାପରେ ଗଙ୍ଗାସାଗରଙ୍କ ପରିବାର ଲୋକେ ଆଇନର ଆଶ୍ରୟ ନେଇଛନ୍ତି । ସେମାନେ ଏନେଇ ପୋଲିସକୁ ସୂଚନା ଦେଇଛନ୍ତି । ଏହାସହ ଅଘୋରୀ ବାବାଙ୍କ ଡିଏନଏ ଟେଷ୍ଟ କରିବାକୁ ସେମାନେ ଦେବି କରିଛନ୍ତି ।