ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ୨ୟ ସନ୍ଧ୍ୟାରେ ପହଞ୍ଚିଛି। ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଓ ଉଲୁଣ୍ଡା ବିଡ଼ିଓ କରିଶ୍ମା ବେଶ୍ରା ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ। ଶୁକ୍ରବାର ଦ୍ଵିତୀୟ ସନ୍ଧ୍ୟାରେ ସ୍ଥାନୀୟ କଳାକାର ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ଅଚ୍ୟୁତ ପଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହିପରି ଆଜି ୫୬ପ୍ରହରୀ ନାମଯଜ୍ଞ ରେ କୋଟସମଲାଇ (ଗଡଭିତର) ନାମ ସଂକୀର୍ତ୍ତନ କରିଥିଲେ । ଅଖଣ୍ଡ ଘୃତଯଜ୍ଞ ରେ ପୂଜକ ଭାବରେ ଅର୍ଜୁନ ପଣ୍ଡା ଓ କର୍ତ୍ତା ଭାବେ ଗାଁ ଗୌନ୍ତିଆ ଚମରା ଅମାତ୍ ଓ ସୈରେନ୍ଦ୍ରି ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଅବସରରେ ମହାପ୍ରଭୁଙ୍କ ୩୨ବେଶ ପ୍ରଦର୍ଶନ ମଧ୍ୟ ଭକ୍ତମାନେ ଦର୍ଶନ କରୁଛନ୍ତି । ସେ ପଟେ ଛଳିଆ ପାହାଡରେ ମନ୍ଦିର ନିକଟରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଅଛି। ଏହି ମହୋତ୍ସବ ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମହାସମାରୋହରେ ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଅଛି। ନୃତ୍ୟ , ଗୀତ , ପାରାୟଣ , ପ୍ରବଚନ , ଯଜ୍ଞ , ନାମ ସଂକୀର୍ତ୍ତନ ର ମହାନ ପର୍ବ ହେଉଛି ପାତାଳୀ ମହୋତ୍ସବ । ଏହି ମହୋତ୍ସବ ୬ ତାରିଖରେ ପୂର୍ଣ୍ଣାହୂତି ହେବ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଭକ୍ତ ମନଭରି ଦେଖିବା ସଙ୍ଗେ ପ୍ରଭୁକୃପା ଲାଭ କରିଥିଲେ l
ପାତାଳୀ ମହୋତ୍ସବ ର ଦ୍ଵିତୀୟ ଦିବସ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଶିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ
