କୁଞ୍ଜାପାଲି ରେ ପାଲା ପରିବେଷଣ ଦ୍ଵାରା କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି ଗ୍ରାମରେ ପାଲା ମାଧ୍ୟମରେ କୁଷ୍ଟ ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଷ୍ଟ ରୋଗ ବିରୋଧୀ ଦିନ ଓ କୁଷ୍ଟ ରୋଗ ବିରୋଧୀ ପକ୍ଷ ଅବସରରେ ପାଲା କାର୍ଯ୍ୟକ୍ରମ ମାଧ୍ୟମରେ କୁଷ୍ଟ ରୋଗ ଏକ ମାରାତ୍ମକ ରୋଗ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ରୋଗ ମୁକ୍ତ ହୋଇ ପାରିବ । କୁସଂସ୍କାର ଓ ଅନ୍ଧବିଶ୍ଵାସ ରେ ନ ରହି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଔଷଧ ସେବନ କରି ରୋଗରୁ ମୁକ୍ତ ହେବାପାଇଁ ଲୋକଙ୍କୁ ସଚେତନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ ଦ୍ୱାରା ଆୟୋଜିତ ଏହି କର୍ଯ୍ୟକ୍ରମରେ ପି ଏଚ ଇ ଓ ସ୍ୱର୍ଣ୍ଣପ୍ରଭା ଯୁଏଡ ବ୍ଲକ ନୋଡାଲ ଲେପ୍ରୋସୀ ୱାର୍କର ପ୍ରାଣବନ୍ଧୁ ଦେହୁରୀ ରହି ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଆଶା କର୍ମୀ ଉପସ୍ଥିତ ଥିଲେ I