ଆଜିଠୁ ବଦଳିବ UPI ଟ୍ରାଞ୍ଜାକ୍ସନ ନିୟମ


ନୂଆଦିଲ୍ଲୀ: ଆଦିର ଦିନରେ ପ୍ରତ୍ୟୋକ ଲୋକ ଅନଲାଇନ୍ ପେମେଣ୍ଟ କରୁଛନ୍ତି । ଗାଁରୁ ସହର ସବୁଠି UPI ବ୍ୟବହାର ହେଉଛି । UPI ମାଧ୍ୟରେ ପ୍ରତିଦିନ ହଜାର ହଜାର କୋଟି ଟଙ୍କାର ନେଣଦେଣ ହେଉଛି । ତେବେ ଆପଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁଛୁ । ଆଜିଠାରୁ UPI ବ୍ୟବହାରରେ ପରିବର୍ତ୍ତନ ହେବାକୁ ଯାଉଛି ।

UPI ଟ୍ରାଞ୍ଜାକ୍ସନରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି ।  ନିୟମ ଅନୁସାରେ, ନୂଆ ୟୁପିଆଇ ଆଇଡିରେ ପୂର୍ବରୁ ସ୍ପେଶାଲ କ୍ୟାରେକଟର ରହିବ ନାହିଁ ।

କେବଳ ଆଲଫାବେଟ୍ ଓ ନ୍ୟୁମେରିକ ବ୍ୟବହାର କରି ହେବ । ଯଦି କୌଣସି ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରାଯିବ, ତା’ହେଲେ ପେମେଣ୍ଟ କରିପାରିବେ ନାହିଁ । ତେବେ ଏହାର ପ୍ରଭାବ ସିଧାସଳଖ ୟୁଜରଙ୍କ ଉପରେ ପଡ଼ିବ । ତେବେ ଏନସିପିଆଇ ପକ୍ଷରୁ ୟୁପିଆଇରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ ।